ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାରେ ସକ୍ଷମ ହୋଇଛି ମଣିଷ । ହେଲେ କ’ଣ ଆପଣ ଜାଣିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ଏପରି କିଛି ସ୍ଥାନ ଅବସ୍ଥିତ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଭେଦ କରିବାରେ ସକ୍ଷମ ହୋଇନାହିଁ ବିଜ୍ଞାନ । ଏହି ସ୍ଥାନ ସହ ଜଡ଼ିତ ଅନେକ କାହାଣୀ, ଲୋକକଥା, କିମ୍ବଦନ୍ତୀ ରହିଛି । ଏପରିକି ଏହି ସ୍ଥାନ ଅନେକ ଚଳଚ୍ଚିତ୍ର, କାହାଣୀ, ଗପରେ ସ୍ଥାନ ପାଇଛି । ଯାହା ଆଜିର ବିକଶିତ ମଣିଷ ସମାଜ ଆଗରେ ଏକ ରହସ୍ୟମୟ ପ୍ରହେଳିକା ରୂପେ ଉଭା ହୋଇଛି । ଏହି ସ୍ଥାନ ସହ ଜଡ଼ିତ ରହସ୍ୟ ବାବଦରେ ଜାଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଛି । ତେବେ ଆସନ୍ତୁ ନଜର ପକାଇବା ସେପରି କିଛି ରହସ୍ୟ ଉପରେ ..
ପେରୁରେ ନାଜାକା ଲାଇନ୍ସ, ନାମକ ଏକ ଆକୃତି ଦେଖିବାକୁ ମିଳିଥାଏ । ମଣିଷ, ଗଛ ଲତା ଏବଂ ପଶୁ ପକ୍ଷୀଙ୍କ ଭଳି ଆକୃତି ପଛର ରହସ୍ୟ କ’ଣ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ମେକ୍ସିକୋରେ ଅବସ୍ଥିତ ଏକ ଦ୍ୱୀପରେ ହଜାର ହଜାର କଣ୍ଢେଇ ଦେଖିବାକୁ ମିଳିଥାଏ । ଆଇଲ୍ୟାଣ୍ଡ ଅଫ୍ ଡ଼େଡ଼୍ ଡ଼ଲସ୍ ନାମରେ ପରିଚିତ ଏହି ଦ୍ୱୀପ ଆଜିମଧ୍ୟ ରହସ୍ୟମୟ ।
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ କାଲିଫର୍ଣ୍ଣିଆ ଅଞ୍ଚଳରେ ଅବସ୍ଥିତ ଡ଼େଥ ଭ୍ୟାଲି ନାମକ ଏକ ସ୍ଥାନ । ଏହି ସ୍ଥାନର ତାପମାତ୍ରା ୧୩୦ ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ । ଯାହା ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଜଣାଶୁଣା ।
ବ୍ରାଜିଲରେ ଇହ୍ଲା ଦା କ୍ୟୁମାଡ଼ା ଗ୍ରାଣ୍ଡେ ନାମରେ ଏକ ଦ୍ୱୀପ ରହିଛି । ଏହି ଦ୍ୱୀପ ସମଗ୍ର ବିଶ୍ୱରେ ବିଷଧର ସାପ ଲାଗି ଜଣାଶୁଣା । ଏହି ଦ୍ୱୀପକୁ ଏତେ ସାପ କେଉଁଠୁ ଆସିଲେ ତାହା ଆଜି ମଧ୍ୟ ରହସ୍ୟ ହୋଇରହିଛି ।
ବର୍ମୁଡ଼ା ଟ୍ରାଏଙ୍ଗଲ ଆଟଲାଣ୍ଟିକ ମାହାସାଗରରେ ଅବସ୍ଥିତ ଏକ ସ୍ଥାନ । ଏହି ତ୍ରିକୋଣକାର ରହସ୍ୟମୟ ସ୍ଥାନରେ ଅନେକ ପାଣି ଜାହାଜ ଏବଂ ଉଡା ଜାହାଜ ବୁଡ଼ି ଯାଇଛି ।
ଜାପାନ ସାଗରରେ ଅବସ୍ଥିତ ଡେଭିଲ ଟ୍ରାଏଙ୍ଗଲ ନାମକ ଏକ ସ୍ଥାନ । ବର୍ମୁଡ଼ା ଟ୍ରାଏଙ୍ଗଲ ଭଳି ଏହି ସ୍ଥାନ ମଧ୍ୟ ଆଧୁନିକ ବିଜ୍ଞାନ ଯୁଗରେ ସବୁଠାରୁ ରହସ୍ୟମୟ ସ୍ଥାନ ଭାବରେ ଜଣାଶୁଣା ।
Comments are closed.