Latest Odisha News

BREAKING NEWS

ଚୀନକୁ ଟକ୍କର ଦେବା ପାଇଁ ଟାଟା ପ୍ରସ୍ତୁତ, କମ୍ପାନୀ ତିଆରି କରିବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପ୍ରସିଦ୍ଧ ବ୍ୟବସାୟୀ ରତନ ଟାଟାଙ୍କ ଟାଟା ଗ୍ରୁପ ଖୁବ୍ ଶୀଘ୍ର ମୋବାଇଲ୍ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି। ଟାଟା ଗ୍ରୁପ୍ ଖୁବ ଶୀଘ୍ର ଆଇଫୋନ୍ ତିଆରି ଆରମ୍ଭ କରିବ ବୋଲି ସୂଚନା ରହିଛି। କମ୍ପାନୀ ଆପଲ୍ ଯୋଗାଣକାରୀ ୱିଷ୍ଟ୍ରନ୍ କର୍ପ ସହିତ ଆଲୋଚନା କରୁଥିବା ଖବର ରହିଛି। ଖୁବ୍ ଶୀଘ୍ର ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ହୋଇପାରେ। ଯଦି ଏହି ଚୁକ୍ତି ଚୂଡାନ୍ତ ହୁଏ, ତେବେ ଟାଟା ଗ୍ରୁପ୍ ଦେଶର ପ୍ରଥମ କମ୍ପାନୀ ହେବ ଯିଏ ଆଇଫୋନ୍ ତିଆରି କରିବ।

ଆଇଫୋନ୍ ନିର୍ମାତା ୱିଷ୍ଟ୍ରନଙ୍କ କାରଖାନା କର୍ଣ୍ଣାଟକରେ ଅଛି। ଚୁକ୍ତି ସରିବା ପରେ ଟାଟା କର୍ଣ୍ଣାଟକର ପ୍ଲାଣ୍ଟକୁ ନେଇପାରନ୍ତି। ଟାଟାର ଏହି ପଦକ୍ଷେପ ଚାଇନାକୁ ଏକ କଡା ଟକ୍କର ଦେବ। ତାଇୱାନର ୱିଷ୍ଟ୍ରନ୍ କମ୍ପାନୀ ଚୁକ୍ତିନାମା ଅନୁଯାୟୀ ବୈଦ୍ୟୁତିକ ସାମଗ୍ରୀ ପ୍ରସ୍ତୁତ କରେ। ସମ୍ପ୍ରତି କମ୍ପାନୀ କର୍ଣ୍ଣାଟକ ପ୍ଲାଣ୍ଟରୁ ଚଳିତ ବର୍ଷ ୧.୮ ବିଲିୟନ ଡଲାର ମୂଲ୍ୟର ଆଇଫୋନ୍ ତିଆରି କରିବାର ଲକ୍ଷ୍ୟ ସ୍ଥିର କରିଛି। କମ୍ପାନୀ ଏହା କରିବାକୁ ଚାହୁଁଛି ଯାହା ଦ୍ୱାରା ଏହା ସରକାରୀ ନିବେଶ ପାଇପାରିବ। ଏଥି ସହିତ କମ୍ପାନୀ ଆସନ୍ତା ବର୍ଷ ସୁଦ୍ଧା ତିନିଥର ନିଜର କର୍ମଜୀବୀ ବୃଦ୍ଧି ଉପରେ ଧ୍ୟାନ ଦେଉଛି।

ସୂଚନା ଥାଉକି, ୱିଷ୍ଟ୍ରନ୍ ଭାରତରେ ଆଇଫୋନ୍ ମେନ୍ୟୁଫ୍ୟକତେରିଂରୁ ବାହାରିବାକୁ ଚାହୁଁଛନ୍ତି। ଆଉ ଏହାର ସୁଯୋଗ ନେଇ ଟାଟା ଏହି କମ୍ପାନୀ କିଣିବାକୁ ଆଗ୍ରହ ଦେଖାଇଛି। ତେବେ ଟାଟା, ୱିଷ୍ଟ୍ରନ୍ ଏବଂ ଆପଲ୍ ଏ ବିଷୟରେ କିଛି ସୂଚନା ଦେବାକୁ ମନା କରି ଦେଇଛନ୍ତି। ସୂଚନା ଅନୁଯାୟୀ ଟାଟା ଏବଂ ୱିଷ୍ଟ୍ରନ୍ ମଧ୍ୟରେ ଆଲୋଚନା ଚାଲିଛି। ଅଗଷ୍ଟରେ ସେମାନେ ଏହି ଚୁକ୍ତି ଶେଷ କରିବେ। ଯଦି ଟାଟାର ଏହି ଡିଲ୍ ଚୂଡାନ୍ତ ହୁଏ, ତେବେ ଟାଟା ଭାରତରେ ଆଇଫୋନ୍ ତିଆରି କରୁଥିବା ପ୍ରଥମ କମ୍ପାନୀ ହେବ। ଏହା ସହିତ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍ ଖୁବ୍ ଶୀଘ୍ର ବଜାରରେ ନଜର ଆସିବ।

ସରକାର ବିଦେଶୀ କମ୍ପାନୀମାନଙ୍କୁ ନିଜର ପ୍ରଡକ୍ସନ ଏବଂ ୱାର୍କ ଫୋର୍ସକୁ ବୃଦ୍ଧି କରିବା ପାଇଁ ଅନେକ ଟଙ୍କା ନିବେଶ କରୁଛନ୍ତି। କରୋନା ପରଠାରୁ ଯୋଗାଣ ସମସ୍ୟା, ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ଯୋଗୁଁ ବିଦେଶୀ କମ୍ପାନୀଗୁଡିକ ଚୀନ୍ ଉପରେ ଅଧିକ ନିର୍ଭରଶୀଳ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ବିଦେଶୀ କମ୍ପାନୀମାନେ ଭାରତରେ ନିବେଶ କରିବାକୁ ଆଗେଇ ଆସୁଛନ୍ତି। ଟାଟା ଗ୍ରୁପ୍ ନିକଟରେ ଇଲେକ୍ଟ୍ରୋନିକ୍ ପ୍ରଡକ୍ସନରେ ପ୍ରବେଶ କରିଛି। ତାମିଲନାଡୁରେ ଥିବା କମ୍ପାନୀର କାରଖାନାରେ ଆଇଫୋନର ମେଟାଲ ତିଆରି ହେଉଛି। ଯାହା କମ୍ପାନୀର ଏକ ମେରୁଦଣ୍ଡ ସହ ସମାନ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.