Latest Odisha News

BREAKING NEWS

ନିଖୋଜ କୁକୁରକୁ ଖୋଜିଦେଲେ ମିଳିବ ୧୧ କୋଟି , ସୂଚନା ଦେଲେ ୨ କୋଟି

ଚୀନ: ଆପଣ ବିଭିନ୍ନ ପ୍ରକାରର ପୁରସ୍କାର ବିଷୟରେ ଶୁଣିଥିବେ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ପୁରସ୍କାର ରାଶି ମିଳିଥାଏ ଏହା ସମସ୍ତେ ଜାଣିଥିବେ । ହେଲେ ହଜିଯାଇଥିବା ଗୋଟେ କୁକୁରକୁ ଖୋଜିଦେଲେ କିମ୍ବା ସୂଚନା ଦେଲେ ପୁରସ୍କାର ରାଶି ଘୋଷଣା କରାଯାଇଛି । ଆଉ ଏହି ପୁରସ୍କାର ରାଶି ସମ୍ପର୍କରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସବୁଠୁ ବଡ଼ କଥା, ଏହି ଖବର ପାଇବା ପରେ ଅଧିକାଂଶ ଲୋକ କାମଧନ୍ଦା ଛାଡ଼ି କୁକୁର ଖୋଜିବାରେ ବ୍ୟସ୍ତ । କିଛି ଦିନ ପରେ କୁକୁରଟି ମିଳିଗଲା ସତ କିନ୍ତୁ ଏହା ପରେ କ’ଣ ହେଲା, କେହି କଳ୍ପନା କରି ନ ଥିଲେ ।

ଏପରି ଘଟଣା ଦେଖିବାକୁ ମିଳିଛି ଚୀନ୍‌ର ହେନାନ ପ୍ରଦେଶରେ । ଏଠାରେ ରହୁଥିବା ୟାଙ୍ଗ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ହଠାତ୍ କେଉଁ ଆଡ଼େ ନିଖୋଜ ହୋଇଗଲା । ବହୁ ଖୋଜାଖୋଜି କରିବା ପରେ କୁକୁରର କୌଣସି ସନ୍ଧାନ ପାଇଲେ ନାହିଁ । ଶେଷରେ ସେ ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ପୋଷ୍ଟ କରିଲେ । ଆଉ ଉଲ୍ଲେଖ କଲେ ଯେ, ତିଆନଲଙ୍ଗ ନାମକ ମୋ କୁକୁରଟି ଜେଙ୍ଗଜୋଉର ବିଲୋଙ୍ଗ ହ୍ରଦ ନିକଟରେ ରାତିରେ କେଉଁ ଆଡ଼େ ଚାଲିଯାଇଛି । ସେ ଆମ ଘରର ଜଣେ ସଦସ୍ୟ ଥିଲା । ଯଦି କେହି ତାଙ୍କୁ ଖୋଜି ଆଣନ୍ତି ବା ତା ସମ୍ପର୍କରେ ସୂଚନା ଦିଅନ୍ତି ତେବେ ଯଥେଷ୍ଟ ପୁରସ୍କାର ପ୍ରଦାନ କରାଯିବ ।

କୌଣସି ବ୍ୟକ୍ତି ଯଦି କୁକୁରକୁ ସୁରକ୍ଷିତ ଭାବେ ଖୋଜି ଆଣିଲେ ତାଙ୍କୁ ୧୧ କୋଟି ଟଙ୍କା ଓ କୁକୁର ବିଷୟରେ ସୂଚନା ଦେଲେ ପ୍ରାୟ ୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । କେବଳ ସେତିକି ନୁହେଁ, ସେ ଆହୁରି ଲେଖିଛନ୍ତି ଯେ, ଯଦି କେହି କୁକୁରକୁ ଆଘାତ କରେ, ତେବେ ସେ ନ୍ୟାୟ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ସୋସିଆଲ ମିଡିଆରେ ପୁରସ୍କାର ଘୋଷଣା ହେବା ମାତ୍ରେ ଅନେକ ଲୋକ କାମଧନ୍ଦା ଛାଡ଼ି କୁକୁର ଖୋଜିବାରେ ଲାଗିପଡ଼ିଲେ । ଗୋଟିଏ ଦିନ ଭିତରେ ଜଣେ ବ୍ୟକ୍ତି ଉକ୍ତ କୁକୁରକୁ ଖୋଜି ପାଇଗଲେ ।

ବ୍ୟକ୍ତି ଜଣକ ଟଙ୍କା ଆଶାରେ ତୁରନ୍ତ କୁକୁରକୁ ନେଇ ୟାଙ୍ଗକୁ ହସ୍ତାନ୍ତର କଲେ । ହେଲେ କୁକୁର ପାଇବା ପରେ ୟାଙ୍ଗ ତାଙ୍କ ପ୍ରତିଶ୍ରୁତି ଭୁଲିଗଲେ । ସେ କୌଣସି ପୁରସ୍କାର ଦେବେ ନାହିଁ ବୋଲି ସିଧା ମନା କରିଦେଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା । ପରେ ୟାଙ୍ଗ ମାତ୍ର ୫୬୦୦୦ ଟଙ୍କା ଦେଲେ ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ଆଜିକାଲି କାହାକୁ ଏତେଶୀଘ୍ର ବିଶ୍ୱାସ କରିବା ଠିକ୍ ନୁହେଁ । ଏନେଇ ଆଇନର ସହାୟତା ନେବା ଉଚିତ୍ ବୋଲି ଆଉ କିଛି ମତ ରଖିଛନ୍ତି ।

Comments are closed.