ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଲୋଭ ଏପରି ଏକ ଶଦ୍ଦ ଯାହା ମଣିଷ କୁ ମୃତ୍ୟୁ ଆଡ଼କୁ ନେଇଯାଏ । ସତ୍ତ୍ୱ ଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ । ମନରେ କୌଣସି ବସ୍ତୁ ପ୍ରତି ଲୋଭ ଜନ୍ମିଲେ ତାକୁ ମାୟାବନ୍ଧନ ବୋଲାଯାଏ । ଗୋଟିଏ ଗାଁରେ ଭଣ୍ଡାରୀ ଟିଏ ତାର ପିଲାମାନଙ୍କ ସହିତ ଆନନ୍ଦରେ ରହୁଥିଲା । ତାର ରୋଜଗାରରେ ସେ ସନ୍ତୁଷ୍ଟ ଏବଂ ସଚ୍ଚୋଟ ଥିଲା । ତାର କୌଣସି ପ୍ରକାରର ଲୋଭ ନଥିଲା । ଭଣ୍ଡାରୀର ଆୟରେ ସ୍ୱାମୀ ସ୍ତ୍ରୀ ପରିବାର ସୁନ୍ଦର ଭାବରେ ଜୀବନ ଯାପନ କରୁଥିଲେ । ଥରେ ରାଜା ଭଣ୍ଡାରିକୁ ଡାକିଲେ ଏବଂ ପ୍ରତିଦିନ ରାଜପ୍ରାସାଦକୁ ଆସି ଦାଢି କାଟିବାକୁ କହିଲେ । ଭଣ୍ଡାରୀ ଆନନ୍ଦରେ ରାଜାଙ୍କ ପ୍ରସ୍ତାବକୁ ଗ୍ରହଣ କଲା । ଭଣ୍ଡାରୀକୁ ରାଜା ପ୍ରତିଦିନ ଏକ ସୁବର୍ଣ୍ଣ ମୁଦ୍ରା ଦେଲେ । ଭଣ୍ଡାରୀର ପତ୍ନୀ ପ୍ରତିଦିନ ସୁନାମୁଦ୍ରା ପାଇ ବହୁତ ଖୁସି ହୋଇଗଲା । ତାଙ୍କର କୌଣସି ଜିନିଷର ଅଭାବ ରହିଲା, ସଞ୍ଚୟ ବଢିଲା । ଦିନେ ସନ୍ଧ୍ୟାରେ କାମ ସାରି ରାଜଭବନରୁ ଘରକୁ ଫେରୁଥିଲା । ରାସ୍ତାରେ ଏକ ସ୍ୱର ଶୁଭିଲା । ମୁଁ ତୁମର ସଚ୍ଚୋଟତାରେ ଅତ୍ୟନ୍ତ ପ୍ରୀତ, ତୁମକୁ ସାତୋଟି ସୁର୍ଣ୍ଣ ମୁଦ୍ରା କଳସ ଉପହାର ସ୍ୱରୂପ ଦେଉଛି ।
ପ୍ରଥମେ ଭଣ୍ଡାରୀ ଟିକେ ଡରି ଯାଇଥିଲା, କିନ୍ତୁ ଦ୍ୱିତୀୟ ମୁହୂର୍ତ୍ତରେ ମନରେ ଲୋଭ ହେତୁ କଳସ ଗୁଡିକୁ ନେବାକୁ ସ୍ଥିର କଲା । ଭଣ୍ଡାରୀଟି ପତ୍ନୀଙ୍କୁ ସବୁକିଛି କହିଲା ଏବଂ ଦୁହେଁ ପାତ୍ର ଖୋଲି ଦେଖିଲେ ଯେ ଛଅଟି ପାତ୍ର ପୂର୍ଣ୍ଣ ହୋଇଛି, କିନ୍ତୁ ସପ୍ତମ କଳସୀଟି ଅଧା ଖାଲି ଅଛି । ଭଣ୍ଡାରୀଟି ପତ୍ନୀଙ୍କୁ କହିଲା- କୌଣସି ପ୍ରକାର ଅସୁବିଧା ନାହିଁ । ଆମେ ପ୍ରତି ମାସରେ ଯାହା ସଞ୍ଚୟ କରିବା, ତାହା ପାତ୍ରରେ ରଖିବା । ସପ୍ତମ ପାତ୍ରର
ଭୋକ ଏତେ ଅଧିକ ଥିଲା ଯେ ଏହା କେବେବି ଭରିବା ନାମ ନେଇ ନଥିଲା । ଧୀରେ ଧୀରେ ଭଣ୍ଡାରୀଟି କଳଙ୍କିତ ହୋଇ କଳସୀ ପୂର୍ଣ୍ଣ କରିବାକୁ ଲାଗିଲା । ସଦା ମନ ତାର ଭଲ ରହିଲା ନାହିଁ, ଘରେ ଅଶାନ୍ତି ବଢିଲା । ଦିନେ ରାଜା ଭଣ୍ଡାରୀକୁ ଡାକି ସମସ୍ୟାର କାରଣ ପଚାରିଲେ? ଭଣ୍ଡାରୀ ରାଜାଙ୍କୁ ସବୁ କଥା କହିଲା । ରାଜା ସାତୋଟି ପାତ୍ର ଫେରାଇବାକୁ କହିଲେ, କାରଣ ସପ୍ତମ ପାତ୍ର ପ୍ରକୃତରେ ଲୋଭ, ତାର ଭୋକ କେବେ ହେଲେ ସନ୍ତୁଷ୍ଟ ହୁଏ ନାହିଁ । ଭଣ୍ଡାରୀଟି ଠିକ୍ ଅନୁଭବ କଲା, ସାତୋଟି ପାତ୍ର ଦେଲା । ତାର ଜୀବନରେ ପୁଣି ଆନନ୍ଦ ଓ ଖୁସି ଆସିଲା ।
Comments are closed.