ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ନିଜ ଅଭିନୀତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ଶୋ ଦେଖିବେ। ପରେ ଦିଲ୍ଲୀ ଫେରିଯିବେ କଙ୍ଗନା।
ସୂଚନାଥାଉକି, କଙ୍ଗନା ରଣାୱତଙ୍କ ନୂଆ ଫିଲ୍ମ ଆସୁଛି ‘ଭାରତ ଭାଗ୍ୟ ବିଧାତା’ । ଆସନ୍ତା ଜୁନ୍ ୧୨ ତାରିଖରେ ଏହା ପରଦାକୁ ଆସିବ । ସତ୍ୟ ଘଟଣା ଦ୍ୱାରା ଅନୁପ୍ରାଣିତ, ଏହି ଫିଲ୍ମଟି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ କାମା ହସ୍ପିଟାଲରେ ଘଟିଥିବା ସତ୍ୟ ଘଟଣାଗୁଡ଼ିକୁ ବର୍ଣ୍ଣନା କରେ। ଜଣେ ନର୍ସଙ୍କ ସାହସିକତା ଏବଂ ସମର୍ପଣର ଅକୁହା କାହାଣୀକୁ ଦେଖାଇଛି ।
ସୂଚନାଥାଉକି, ଭୁବନେଶ୍ୱରରେ ପହଞ୍ଚିବା ପରେ କଙ୍ଗନା ବିମାନବନ୍ଦରରେ ଗଛ ଲଗାଇ ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।