Latest Odisha News

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ; ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ସବୁଆଡେ ବେହାଲ ଜନଜୀବନ । ଏପଟେ  ବଙ୍ଗୋପସାଗରରୁ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି ଉତ୍ତରପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗଭୀର ଅବପାତରେ ପରିଣତ ହେଲା ପରେ ଏହା  ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାଂଲାଦେଶର ଖେପୁପୁରା  ଉପକୂଳ ଆଡକୁ ଗତି କରିବ

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରି ପଶ୍ଚିମ ବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ଆହୁରି ବର୍ଷା ସମ୍ଭାବାନ ରହିଛି । ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଟ୍ରାଫିକ ସମସ୍ୟା ଦେଖା ଦେବ । ଏଥିପ୍ରତି ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, ନୂଆପଡା, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାର  କେତେକ ଅଞ୍ଚଳରେ ଆଗାମୀ ୩ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ପାଣିପାଗ ଉପରେ ନଜର ରଖି ସତର୍କ ରହିବା ପାଇଁ କହିଛି ପାଣିପାଗ ବିଭାଗ । ବଜ୍ରପାତ ସମ୍ଭାବନା ଥିବାରୁ ଏଥରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆ ଯାଇଛି ।

 

Comments are closed.