Latest Odisha News

ଟ୍ରାଫିକ୍ ନୂଆ ନିୟମରେ ଫସିଲେ ମଦ୍ୟପ ଅଟୋ-ଚାଳକ, ଗଣିଲେ ୪୭ ହଜାର ୫୦୦ ଟଙ୍କା ଜୋରିମାନା !

ଭୁବନେଶ୍ୱର: ଟ୍ରାଫିକ୍ ନିୟମ କାନୁନକୁ ଅବହେଳା କରି ଆସୁଥିବା ବାଇକ, କାର ତଥା ଅଟୋ ଚାଳକମାନେ ଏବେ ସଚେତନ ହେବାକୁ ବାଧ୍ୟ ହେଉଛନ୍ତି । ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଏବେ ସବୁପ୍ରକାର ଯାନବାହନ ବ୍ୟବହାର କରୁଥିବା ଚାଳକମାନଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି । କାରଣ ଟ୍ରାଫିକ୍ ନିୟମ ନମାନି ଗାଡ଼ି ଚଳାଇଲେ ଯେକୌଣସି ମୂହୁର୍ତ୍ତରେ ମୋଟାଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ । ରାଜଧାନୀରେ ବୁଧବାର ଦିନ ଜଣେ ଅଟୋ ମାଲିକ ତଥା ଚାଳକ ମଦ୍ୟପାନ କରି ଅଟୋ ଚଳାଉଥିବା ବେଳେ ଟ୍ରାଫିକ୍ ପୋଲିସ ହାତରେ ଧରାପଡ଼ି ୪୭ ହଜାର ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି । ଏହି କଥା ଏବେ ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ସମସ୍ତ ଗାଡ଼ିଚାଳକ ରାସ୍ତାରେ ସଚେତନ ହେବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ନୟାଗଡ଼ ନିବାସୀ କଣ୍ଡୁରୀ ଖଟୁଆ ନାମକ ଜଣେ ଅଟୋ ମାଲିକ ଏବଂ ତାଙ୍କ ଅଟୋରେ ଡ୍ରାଇଭର୍ ବଡ଼ଗଡ଼ର ହରିବନ୍ଧୁ କହଁର ଆଚାର୍ଯ୍ୟ ବିହାର ଛକରେ ମଦ୍ୟପାନ କରି ଅଟୋ ଚାଳନା କରୁଥିବା ବେଳେ ଟ୍ରାଫିକ୍ ପୋଲିସ ହାତରେ ଧରା ପଡ଼ିଛନ୍ତି । ସେମାନେ ମଦ୍ୟପାନ କରିବା ସହିତ ଗାଡ଼ି ନଂ ଓଆର୦୨ଏକ୍ୟୁ-୨୨୪୩ ଅଟୋ ଲାଗି ଦଣ୍ଡ ସ୍ୱରୂପ ଏହି ଚାଲାଣ ପଇଠ କରିଛନ୍ତି ।

ଚାଲାଣରେ ଯେଉଁ ସବୁ ଟ୍ରାଫିକ ନିୟମ ଅବମାନନା କରାଯାଇଛି ତାହାର ବିବରଣୀ:

୧ – ୫୦୦ ଟଙ୍କା – ସାଧାରଣ ଦଣ୍ଡ ସ୍ୱରୂପ

୨ – ୫,୦୦୦ ଟଙ୍କା – ଇନଭ୍ୟାଲିଡ୍ ଡ୍ରାଇଭିଂ ଲାଇସେନ୍ସ

୩ – ୧୦,୦୦୦ ଟଙ୍କା – ପରିମିଟ୍ ସ୍ଥିତି ଫାଇନ

୪ – ୧୦,୦୦୦ ଟଙ୍କା – ମଦ୍ୟପାନ କରି ଡ୍ରାଇଭିଂ

୫ – ୧୦,୦୦୦ ଟଙ୍କା – ଏୟାର୍ ଓ ଶବ୍ଦ ପ୍ରଦୂଷଣ ଜୋରିମାନା

୬ – ୫,୦୦୦ ଟଙ୍କା – ଅନୁମୋଦିତ ହୋଇନଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ

୭ – ୫,୦୦୦ ଟଙ୍କା – ଗାଡ଼ିର ବିନା ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ

୮ – ୨,୦୦୦ ଟଙ୍କା – ବିନା ଇନସ୍ୟୁରାନ୍ସରେ ଗାଡ଼ି ଚାଳନା

ମଦ୍ୟପାନ କରି ହରିବନ୍ଧୁ ଅଟୋ ଚାଳନା କରୁଥିବା ବେଳେ ଧରାପଡ଼ିଥିଲେ । ପରେ ଗାଡ଼ିର ଏହିସବୁ କାଗଜପତ୍ର ଟ୍ରାଫିକ ପୋଲିସକୁ ହସ୍ତାନ୍ତର ନ’କରିପାରିବାରୁ ତାଙ୍କୁ ପରେ ୪୭,୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି ।

ସେପ୍ଟେମ୍ବର ୧ ତାରିଖରେ କେନ୍ଦ୍ର ସରକାର ସଡ଼କ ସୁରକ୍ଷା ଲାଗି ଏକ ସଂଶୋଧିତ ଟ୍ରାଫିକ୍ ନିୟମ ଲାଗୁ କରିଛନ୍ତି । ଟ୍ରାଫିକ୍ ନିୟମ ପାଳନ ପାଳନ କରିବା ନେଇ ସଂସଦରେ ମୋଟର୍ ଭେହିକିଲ୍ ବିଲ୍ ୨୦୧୯ ଗତମାସରେ ପାରିତ ହୋଇଛି ।

Leave A Reply

Your email address will not be published.