ପଞ୍ଜାବ: ସୋସିଆଲ ମିଡିଆର ଏହି ଯୁଗରେ ଲୋକମାନେ ଶୀଘ୍ର ପ୍ରସିଦ୍ଧି ଲାଭ କରିବା ପାଇଁ ଏପରି କାରନାମା କରନ୍ତି ଯେ, ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ଲୋକମାନେ ନିଜର ନିରାପତ୍ତାକୁ ଭୁଲି ଯାଆନ୍ତି । ସେମାନେ ଅନ୍ୟମାନଙ୍କ ସୁରକ୍ଷା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ଏପରି ପରିସ୍ଥିତିରେ ସେମାନଙ୍କୁ ଏକ ଶିକ୍ଷା ଦେବା ଆବଶ୍ୟକ ହୋଇଯାଏ । ନିକଟରେ ଜଣେ ଯୁବତୀ ଗାଡ଼ିର ବନେଟ୍ ଉପରେ ବସି ରିଲ୍ସ କରିବା ମହଙ୍ଗା ପଡ଼ିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏନେଇ ପୋଲିସ ତାଙ୍କୁ ଚେତବନୀ ଦେବା ସହ ଜରିମନା ବି ଆଦାୟ କରିଛି ।
ପଞ୍ଜାବର ହୋଶିଆରପୁର ପୋଲିସ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି । ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ତାଙ୍କ ଗାଡିର ବନେଟ ଉପରେ ଚଢି ରିଲ ତିଆରି କରିବାରେ ବ୍ୟସ୍ତ । ସେ କୌଣସି ନିର୍ଜନ ରାସ୍ତାରେ ଭିଡ଼ିଓ କରୁ ନ ଥିଲେ, ବରଂ ଏକ ରାଜପଥରେ କରୁଥିଲେ । ଯେଉଁଠାରେ ଅନେକ ଗାଡ଼ି ଦ୍ରୁତ ବେଗରେ ଯାଆସ କରୁଛି । କିନ୍ତୁ ଯୁବତୀ ଜଣକ ରିଲ୍ ତିଆରିରେ ଏତେ ବ୍ୟସ୍ତ ଯେ, ସେ ନିଜ ସୁରକ୍ଷା ବିଷୟରେ କିମ୍ବା ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁନାହାନ୍ତି । ସେ ହାତରେ ବେଲୁନ୍ ଧରି ଗାଡ଼ିର ବନେଟ୍ରେ ବସି ଓ ଠିଆ ହୋଇ ଭିଡ଼ିଓ କରୁଛନ୍ତି । ହାତରେ ଫଲୋଅର୍ସ ଗ୍ରହଣୀୟତା ଲେଖାଥିବା ବେଲୁନ୍ ଧରି ଭିଡ଼ିଓ ବନାଉଥିଲେ,ଯାହା ତାଙ୍କୁ ମହଙ୍ଗା ପଡ଼ିିଛି ।
ଏହି ଭିଡିଓ ସେୟାର କରି ପୋଲିସ ଲେଖିଛି – ଦାଶୁଆଠାରେ ଜଣେ ଯୁବତୀ ଗାଡ଼ିର ବନେଟ୍ରେ ବସି ରିଲ୍ସ କରୁଥିବା କାରଣରୁ ହୋଶିଆରପୁର ପୋଲିସ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜରିମାନା ଆଦାୟ କରାଯିବା ସହ ଉକ୍ତ ଗାଡ଼ିକୁ ଜବତ କରାଯାଇଛି । ଆଉ ଭବିଷ୍ୟତରେ ଯୁବତୀ ଜଣକ ଏପରି ନ କରିବାକୁ ଚେତାବନୀ ମଧ୍ୟ ଦେଇଛି ପୋଲିସ ।
ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ଯୁବତୀ ଜଣକ ମୂର୍ଖାମୀ କରିଛନ୍ତି , ଯେଉଁଥିପାଇଁ ସେ ଏପରି ଦଣ୍ଡ ପାଇଛନ୍ତି । ଆଉ କିଛି ମତ ରଖିଛନ୍ତି ଯେ, ପୋଲିସ ଯୁବତୀଙ୍କଠାରୁ ଜରିମାନା ଆଦାୟ ନ କରି ଗିରଫ କରିବା ଦରକାର ଥିଲା ।
Comments are closed.