Latest Odisha News

ପ୍ରତିଦିନ ଖାଆନ୍ତୁ ଗୁଜୁରାତି, ଦୁରେଇ ରହିବ ଏହିସବୁ ସମସ୍ୟା

ଭୁବନେଶ୍ୱର: ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ରହିଥାଏ ଗୁଜୁରାତି। କେତେବେଳେ ଏହାକୁ ଚା ବନାଇବାରେ ତ କେତେବେଳେ ତରକାରୀରେ ବ୍ୟବହାର କରାଯାଇଥାଏ । ବେଳେବେଳେ ଏହାକୁ ମାଉଥଫ୍ରେସନର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ କଣ ଆପଣ ଜାଣନ୍ତି, ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଖାଇବା ଦ୍ବାରା ଅନେକ ରୋଗରୁ ଉପଶମ ମିଳିଥାଏ । ଜାଣନ୍ତୁ କିପରି ସେବନ କଲେ ଆପଣ ପାଇପାରିବେ ଏହାର ଉଚିତ ଉପକାର….

ମୁହଁରୁ ଆସିଥିବା ର୍ଦୁଗନ୍ଧକୁ ଦୂର କରିବା ପାଇଁ ବହୁ ଲାଭକାରୀ ଗୁଜୁରାତି। ଖାଲି ତାହା ନୁହଁ ଏହାର ସେବନ ଦ୍ୱାରା ଗଳାର କର୍କଶତା ଦୂର ହେବା ସହ କଣ୍ଠ ମଧୁର ହୋଇଥାଏ।

ଦୈନିକ ଏହାର କାଢ଼ା ପିଅନ୍ତୁ। ଏହା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ। କାଢ଼ା ପ୍ରସ୍ତୁତ କରିବା ପାଇଁ ଗୁଜୁରାତିକୁ ଗୁଣ୍ଡ କରି ପାଣିରେ ଗରମ କରନ୍ତୁ। ଏବେ ଏହି ପାଣିରେ ଟିକେ ମହୁ ମିଶାଇ ତାହାକୁ ପିଅନ୍ତୁ। କିଛି ଦିନ ମଧ୍ୟରେ ଆପଣଙ୍କୁ ଫରକ ନଜର ଆସିବ।

କିଛି ଲୋକଙ୍କ ନିକଟରେ ସବୁବେଳେ ପେଟ ଜନିତ ସମସ୍ୟା ରହିଥାଏ। ଏଥିକାରଣରୁ କେଶ ଉପୁଡ଼ିବା ସମସ୍ୟା ମଧ୍ୟ ଉପୁଜିଥାଏ। ଏହି ସମସ୍ୟାରୁ ବଞ୍ଚିବା ପାଇଁ ହାଲୁକା ଉଷୁମ ପାଣି ସହ ଗୁଜୁରାତିର ସେବନ କରନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଏହି ସମସ୍ୟାରୁ ମୁକ୍ତି ମିଳିବ।

Comments are closed.