Latest Odisha News

BREAKING NEWS

ଅନାସ୍ଥା ପ୍ରସ୍ତାବ: କାହିଁକି ପ୍ରଥମ ଦିନରେ ଅଭିଭାଷଣ ରଖିଲେନି ରାହୁଲ ଗାନ୍ଧୀ, କଂଗ୍ରେସ ଦେଲା ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ମଙ୍ଗଳବାରଠୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ବିତର୍କ ଗୁରୁବାର ଯାଏ ଚାଲିବ। କିନ୍ତୁ ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ରାହୁଲ ଗାନ୍ଧୀ ଉଭିଭାଷଣ ରଖିବେ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଥିଲା। ଯିଏକି ଦିନକ ପୂର୍ବରୁ ନିଜର ପଦ ଫେରିପାଇଛନ୍ତି। ହେଲେ ହଠାତ ତାଙ୍କ ସ୍ଥାନରେ ଆସାମର ସାଂସଦ ଗୌରବ ଗୋଗୋଇ ଉପସ୍ଥାପନ କରିଛନ୍ତି। ତେବେ ଅନାସ୍ଥା ପ୍ରସ୍ତାବ ବିତର୍କ ଆରମ୍ଭ ହେବାର ୫ ମିନିଟ ପୂର୍ବରୁ କଂଗ୍ରେସ ଦଳର ନେତା ବଦଳିବାକୁ ନେଇ ଆରମ୍ଭ ହୋଇଛି ତର୍କ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସାଂସଦ ପଦ ଫେରି ପାଇବା ପରେ ଯେତେବେଳେ ସଦନକୁ ରାହୁଲ ଗାନ୍ଧୀ ଫେରିଥିଲେ ସେହି ସମୟରେ କିଏ ‘ଶେର’ ତ ଆଉ କିଏ ‘ହିରୋ’ କହି ରାହୁଲଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କିନ୍ତୁ ଅନାସ୍ଥା ପ୍ରସ୍ତାବର ଆରମ୍ଭ ରାହୁଲ ଗାନ୍ଧୀଙ୍କଠୁ ଆରମ୍ଭ ହେବ ବୋଲି ବିରୋଧୀ କଂଗ୍ରେସ ବାଚସ୍ପତିଙ୍କୁ ଅବଗତ କରାଇଥିବା ବେଳେ ହଠାତ କାହିଁକି ବଦଳାଇଲେ ନେତାଙ୍କ ନା କହି ପ୍ରହ୍ଲାଦ ପ୍ରଶ୍ନ କରିବା ସହିତ ସମାଲୋଚନା କରିଛନ୍ତି।

ତେବେ ମିିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହଠାତ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ରାହୁଲ ପଦ ଫେରିପାଇବା ପରେ ଜୋଶରେ ଥିବା ଏହି ଦଳ ୧୯ ତାରିଖ ଦିନ ରାହୁଲ ସଂସଦରେ ନିଜର ଅଭିଭାଷଣ ରଖିବେ ବୋଲି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଯେଉଁ ଦିନ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିବେ। ଯଦି ପ୍ରଥମ ଦିନରେ ରାହୁଲ କହିଥାନ୍ତେ ତାହେଲେ ହୁଏତ ଆଉ କେହି ବିଜେପି ସାଂସଦ ଏହାର ଜବାବ ରଖିପାରିଥାନ୍ତେ। କିନ୍ତୁ ଏହେ ଅନ୍ତିମ ଦିନରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ହିଁ ଉତ୍ତର ରଖିବେ। ଏପରି କରି ବିରୋଧୀ କଂଗ୍ରେସ ୨୦୨୪ର ସାଧାରଣ ନିର୍ବାଚନ ମୋଦୀ ବନାମ ରାହୁଲର ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ଏଥିସହ ପୂର୍ବ ଅନାସ୍ଥା ପ୍ରସ୍ତାବରେ ରାହୁଲ ଗାନ୍ଧୀ ପ୍ରବଳ ସମାଲୋଚନାର ଶିକାର ହୋଇଥିଲେ କାରଣ ଶାସକ ଦଳ କାଉଣ୍ଟର କରିବାକୁ ଅଧିକ ସମୟ ପାଇଥିଲା ଏବେ କିନ୍ତୁ ସମୟ କମ୍ ରହିଲେ ସମାଲୋଚନା ହେବାର ପରିଣାମ ଆହୁରି କମିବ ବୋଲି ଆଶା ରଖିଛି।

Comments are closed.