Latest Odisha News

BREAKING NEWS

ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗିଦେଲେ ବସା: ନନ୍ଦନକାନନ ଆସିଲେ ୭୫ ଧଳା ବଗ

ଭୁବନେଶ୍ୱର: ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗି ଦେଲେ ଶତାଧିକ ବଗ ବସା। ଫଳରେ ବଗ ଶାବକ ଉଡ଼ି ନପାଡି ତଳେ ପଡ଼ିଗଲେ। ଉଦ୍ଧାର କଲେ ନନ୍ଦନକାନନର ପୂର୍ବତନ ଉପନିର୍ଦ୍ଦେଶକ। ବଡ଼ଗଡ଼ ନିକଟରେ ଏକ ବରଗଛରେ ଶଧାଧିକ ଧଳା ବଗ ବସା କରିଥିଲେ। ଏଠାରେ ରାସ୍ତା ସମ୍ପ୍ରାସରଣ ଲାଗି ଗଛଟିକୁ କାଟି ଦିଆଗଲା। ଫଳରେ କିଛି ବଗ ଉଡ଼ିଯାଇଥିବା ବେଳେ ତହିଁରୁ ୭୫ଟି ବଗ ଶାବକ ତଳେ ପଡିଯାଇଥିଲେ।

ଏହି ସୂଚନା ନନ୍ଦନକାନନର ପୂର୍ବତନ ଉପନିର୍ଦ୍ଦେଶକ ଜାଣିପାରି ଘଟଣାସ୍ଥଳକୁ ପହଞ୍ଚି ତଳେ ପଡିଥିବା ସମସ୍ତ ବଗ ଶାବକଙ୍କୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର ଗାଡିରେ ପ୍ରାଣୀ ଉଦ୍ୟାନକୁ ପଠାଇଥିଲେ। ଶୁକ୍ରବାର ସମସ୍ତ ୭୫ଟି ଧଳା ବଗ ଶାବକଙ୍କୁ ଉଦ୍ଧାର କରି ନନ୍ଦନକାନନକୁ ନିଆଯାଇଥିବା ବେଳେ ଏବେ ସେମାନେ ପ୍ରାଣୀ ଚିକିତ୍ସାଳୟର କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି। ସେମାନଙ୍କୁ ସ୍ୱତନ୍ତ୍ରଭାବେ ଚିକିତ୍ସା ମଧ୍ୟ କରାଯାଉଛି। ପ୍ରାଣୀ ଚିକିତ୍ସକ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସେମାନଙ୍କୁ ଛୋଟ ଛୋଟ ମାଛ ଖାଇବାକୁ ଦିଆଯାଉଛି।

Comments are closed.