Latest Odisha News

BREAKING NEWS

ସେଲଫି ମାଗିବାରୁ ଗରିବ ମହିଳାଙ୍କୁ ଚୁପ୍ କହିଲେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଦର-୨’ ନିକଟରେ ରିଲିଜ୍ ହୋଇଯାଇଛି । ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଧମାଲ ଦେଖାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମକୁ ନେଇ ଅଭିନେତା ସନ୍ନିଦେଓଲ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିବାରେ ଲାଗିଛି । ବକ୍ସ ଅଫିସରେ ଏହା ୧୦୦କୋଟି ବ୍ୟବସାୟ କରିସାରିଲାଣି । ଏସବୁ ଭିତରେ ସନ୍ନି ଦେଓଲଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ସେଲଫି ମାଗିବାରୁ ଗରିବ ମହିଳା ପ୍ରଶଂସକଙ୍କୁ ସେ ଚୁପ୍ ବୋଲି କହୁଥିବା ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ସନ୍ନି ଦେଓଲଙ୍କ ଏପରି ଆଚରଣକୁ ନାପସନ୍ଦ କରିଛନ୍ତି ଲୋକେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନେତା ସନ୍ନି ଦେଓଲଙ୍କୁ ଦେଖି ଜଣେ ମହିଳା ଖୁସିରେ ତାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତିି । ସେ ଫଟୋ ଦେଉ ନ ଥିବା ଦେଖି ମହିଳାଜଣଙ୍କ ତାଙ୍କ ହାତ ଧରି ସେଲଫି ନେବାକୁ ଚେଷ୍ଟା କରୁଛନ୍ତି । ଏହା ପରେ ସନ୍ନି ରାଗି ଯାଇ କିଛି ସମୟ ଠିଆ ହୋଇଯାଉଛନ୍ତି । ଏହି ଗରିବ ମହିଳାଙ୍କୁ ସନ୍ନି ଦେଓଲ ପାଟିରେ ହାତ ରଖି ଚୁପ୍ ରହିବାକୁ କହୁଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଲୋକେ ସନ୍ନି ଦେଓଲଙ୍କ ଏଭଳି ବ୍ୟବହାର ନାପସନ୍ଦ କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଗଦର-୨କୁ ମିଳିଥିବା ସଫଳତା ପାଇଁ ସନ୍ନିଙ୍କ ଗର୍ବ ବଢ଼ିଥିବା କହିଛନ୍ତି ।

Comments are closed.