ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ଏକ ନିର୍ମାଣଧୀନ ରେଳ ଅଣ୍ଡରବ୍ରିଜ ଭୁଶୁଡି ପଡିଛି । ଫଳରେ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୩୦ରୁ ୪୦ ଜଣ ଶ୍ରମିକ ଧ୍ୱଂସ ସ୍ତୁପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଶ୍ରମିକଙ୍କୁ ସ୍ତୁପ ତଳୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ତେବେ ପୋଲଟି କେଉଁ ପରିସ୍ଥିତିରେ ଏବଂ କାହିଁକି ଭୁଶୁଡି ପଡିଲା ସେ ବିଷୟରେ ସବିଶେଷ ଜଣାପଡି ନାହିଁ । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।
ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମନ୍ଥାଗା ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Under construction railway over bridge at Sairang, near Aizawl collapsed today; atleast 17 workers died: Rescue under progress.
Deeply saddened and affected by this tragedy. I extend my deepest condolences to all the bereaved families and wishing a speedy recovery to the… pic.twitter.com/IbmjtHSPT7
— Zoramthanga (@ZoramthangaCM) August 23, 2023
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କୁ ପ୍ରତି ମୋର ଗଭୀର ସମବେଦନା । ଆହତମାନେ ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତି ବୋଲି ପ୍ରାର୍ଥନା କରୁଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଭାବିତଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ । ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା କେନ୍ଦ୍ର ଦେବ ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ୧୯୬ ନମ୍ବରର ଏହି ବ୍ରିଜ ୧୦୪ ମିଟର ଉଚ୍ଚତାରେ ନିର୍ମାଣ କରାଯାଉଛି । ଏହି ବ୍ରିଜ ଦିଲ୍ଲୀ କୁତମ ମିନାରଠାରୁ ୪୨ ମିଟର ଉଚ୍ଚା । ଏହି ବ୍ରିଜରେ ରେଲୱେ ଟ୍ରାଫିକ ଚାଲୁ ହେଲା ପରେ ମିଜୋରାମ ଦେଶର ବିଶାଳ ରେଳ ନେଟୱର୍କ ସହ ଯୋଡି ହେବ ।
Pained by the bridge mishap in Mizoram. Condolences to those who have lost their loved ones. May the injured recover soon. Rescue operations are underway and all possible assistance is being given to those affected.
An ex-gratia of Rs. 2 lakh from PMNRF would be given to the…
— PMO India (@PMOIndia) August 23, 2023
Comments are closed.