ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ କରୋନା ମହାମାରୀ ବଲିଉଡର ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ସିନେମା ଘର ବନ୍ଦ ହୋଇଯାଇଥିଲା । ଏହି ସମୟରେ ସାଉଥ ଫିଲ୍ମର ସଫଳତା ବଲିଉଡ ମେକର୍ସଙ୍କ ମୁଣ୍ଡ ବ୍ୟଥାର କାରଣ ଏବେ ସ୍ଥିତି ସୁଧୁରିବାରେ ଲାଗିଛି । ବଲିଉଡର ପୁରୁଣା ଓ ସଫଳ ଦିନ ପ୍ରତ୍ୟାବର୍ତନ କରିବାରେ ଲାଗିଛି । ଗଦର ୨ ଓ ଓଏମଜି ୨ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରୀ ରଖିଛନ୍ତି । ରିପୋର୍ଟ ମୁତାବକ ୬ଟି ଫିଲ୍ମ ମାଧ୍ୟମରେ ବଲିଉଡ ୧୧୦୦ କୋଟି ଟଙ୍କା ଆୟ କରି ସାରିଛି । ଦି କେରଳ ଷ୍ଟୋରୀ ୨୪୩, ଜରା ହଟକେ ଜରା ବଚକେ ୮୮, ସତ୍ୟପ୍ରେମ କି କଥା ୭୮, ରକୀ ଔର ରନୀ କି ପ୍ରେମ କଥା ୧୪୮, ଗଦର ୨-୪୨୬କୋଟି, ଓଏମଜି ୨-୧୨୮ କୋଟି ଟଙ୍କା ଆୟ କରି ସାରିଛନ୍ତି ।
ଶାହାରୁଖ ଖାଁଙ୍କ ପଠାନ ଫିଲ୍ମର ବ୍ୟବସାୟ ଏଥିରେ ସାମିଲ କରାଯାଇନି । ଏହା ବକ୍ସ ଅଫିସରେ ୫୪୦ କୋଟି ରୋଜଗାର କରିଥିଲା । ଆଗକୁ ତାଙ୍କର ଜୱାନ ଫିଲ୍ମ ନେଇ ମଧ୍ୟ ଦର୍ଶକଙ୍କ ଉତ୍କଣ୍ଠା ଏବେଠାରୁ ପରିଲକ୍ଷିତ ହେବା ଆରମ୍ଭ ହୋଇସାରିଛି । ଏହା ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ସମୀକ୍ଷକ ଆଶା ପୋଷଣ କରିଛନ୍ତି ।
Comments are closed.