ମୁମ୍ବାଇ: ଆସନ୍ତା ମାସରୁ ମହଙ୍ଗା ମାଡର ଶିକାର ହେବାକୁ ଯାଉଛି ମୁମ୍ବାଇ । କାରଣ ସେପ୍ଟେମ୍ବର ୧ ତାରିଖରୁ ସହରରେ ବୃଦ୍ଧି ହେବାକୁ ଯାଉଛି କ୍ଷୀରର ମୂଲ୍ୟ । କ୍ଷୀରର ବିକ୍ରେତା ମାନେ ମଇଁଷି କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁଚୁରା ମୂଲ୍ୟରେ ଏକ ଲିଟର ଖୋଲା ମଇଁଷି କ୍ଷୀରର ମୂଲ୍ୟ ୨ରୁ ୩ ଟଙ୍କା ଥିବାବେଳେ ହୋଲସେଲ ମୂଲ୍ୟ ମଧ୍ୟ ୨ ଟଙ୍କା ବୃଦ୍ଧି ପାଇବ । ମୁମ୍ବାଇରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ କ୍ଷୀର ବିକ୍ରେତା ରହିଛନ୍ତି । ଗତକାଲି ସମସ୍ତ କ୍ଷୀର ବିକ୍ରେତାଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ପ୍ୟାକେଟ୍ କ୍ଷୀର ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । କିନ୍ତୁ ଖୋଲାରେ ଯେଉଁ କ୍ଷୀର ବିକ୍ରି କରାଯାଏ , କେବଳ ତାହାରି ଉପରେ ମୂଲ୍ୟ ବୃଦ୍ଧି ପାଇବ ବୋଲି ଜଣାପଡିଛି । ଦିନକୁ ଦିନ ପଶୁ ମାନଙ୍କ ଚାରାର ମୂଲ୍ୟ ବୃଦ୍ଧି ଘଟୁଛି । ଯାହାକି କ୍ଷୀର ଉତ୍ପାଦନକାରୀଙ୍କୁ ପ୍ରଭାବିତ କରୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦୁଗ୍ଧ ଉତ୍ପାଦକମାନେ ଖୋଲା କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଇଁଷି କ୍ଷୀରର ହୋଲସେଲ ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୮୫ ଟଙ୍କା ଥିବାବେଳେ ଯାହା ବର୍ତ୍ତମାନ ଲିଟର ପିଛା ୮୭ ଟଙ୍କା ହେବ ।
Comments are closed.