Latest Odisha News

BREAKING NEWS

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ: ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଜାଭେଲିନ୍ ତାରକା ନୀରଜ ଚୋପ୍ରା ପୁଣି ଥରେ ଭାରତର ଗୈାରବ ବଢ଼ାଇଛନ୍ତି କ୍ରୀଡା କ୍ଷେତ୍ରରେ। ହଙ୍ଗେରୀରେ ଖେଳାଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି।

ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ୮୮.୧୭ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ଏହି ଟାଇଟଲ୍ ଜିତିଛନ୍ତି। ଅଲିମ୍ପିକ୍ ଚାମ୍ପିଅନ୍ ଫାଇନାଲରେ ଅନ୍ୟ ୧୧ ଖେଳାଳିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ପଦକ ସହିତ ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ପୂର୍ବରୁ କୌଣସି ଭାରତୀୟ ଆଥଲେଟ୍ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତି ନଥିଲେ। ୨୦୨୨ ମସିହାରେ, ନୀରଜଙ୍କୁ କେବଳ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡୁଥିଲା, କିନ୍ତୁ ଏଥର ସେ ପଦକ ରଙ୍ଗ ବଦଳାଇବାରେ ସଫଳ ହୋଇଛନ୍ତି।

୨୦୨୩ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ସମସ୍ତଙ୍କ ନଜର ଭାରତର ନୀରଜ ଚୋପ୍ରା ଏବଂ ପାକିସ୍ତାନର ଅର୍ଶାଦ ନାଦିମଙ୍କ ଉପରେ ଥିଲା। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କ଼ଡା ଟକ୍କର  ହୋଇଥିଲା। ନୀରଜ ଚୋପ୍ରା ୮୮.୧୭ ମିଟର ଫିଙ୍ଗିଥିବା ବେଳେ ଅର୍ଶଦ ନାଦିମ ୮୭.୮୨ ମିଟର ପର୍ଯ୍ୟନ୍ତ ଫିଙ୍ଗିଥିଲେ। ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ନାଦିମଙ୍କ ଠାରୁ ମାତ୍ର ୦.୩୭ ମିଟର ଉଚ୍ଚରେ ନିଜର ଜାଭେଲିନ ଫିଙ୍ଗିଥିଲେ। ଅନ୍ତିମ ମ୍ୟାଚ୍ ପୂର୍ବରୁ କୁହାଯାଉଥିଲା ଯେ ନୀରଜ ଚୋପ୍ରା ଅର୍ଶାଦଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ଯାହା ଏହି ମ୍ୟାଚରେ ଦେଖିବାକୁ ମିିଳିଥିଲା।

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପ୍ରଥମ ସ୍ୱର୍ଣ୍ଣ ଜିତି ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଏଥି ସହିତ ତାଙ୍କ ନାମରେ ଅନେକ ରେକର୍ଡ ମଧ୍ୟ ନାମିତ ହୋଇଛି। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଇତିହାସରେ ନୀରଜ ଚୋପ୍ରା ପ୍ରଥମ ଆଥଲେଟ୍ ହୋଇଛନ୍ତି। ଏହାପୂର୍ବରୁ ୨୦୦୫ ମସିହାରେ ଅଞ୍ଜୁ ବବି ବ୍ରୋଞ୍ଜ ପଦକ ଜିତିଥିଲେ। ମୋଟାମୋଟି ଭାବେ ଭାରତରେ ବର୍ତ୍ତମାନ ତିନୋଟି ପଦକ ରହିଛି। ଏଥି ସହିତ ନୀରଜ ଅଲିମ୍ପିକ୍ସ, ଡାଇମଣ୍ଡ ଲିଗ୍, ଏସୀୟ ଗେମ୍ସ, କମନୱେଲଥ ଗେମ୍ସ ଏବଂ ବର୍ତ୍ତମାନ ୨୫ ବର୍ଷ ବୟସରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି। ନୀରଜଙ୍କ ବ୍ୟତୀତ କିଶୋର ଜେନା ଏବଂ ଡିପି ମନୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ ରେ ଯଥାକ୍ରମେ ପଞ୍ଚମ ଏବଂ ଷଷ୍ଠ ସ୍ଥାନ ହାସଲ କରିଛନ୍ତି।

Comments are closed.