Latest Odisha News

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ, ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା ଥିଲା ଶେଷ ଘୋଷଣା

ନୂଆଦିଲ୍ଲୀ: ଚାଲିଗଲେ ଚନ୍ଦ୍ରଯାନ-୩ ଲଞ୍ଚର କାଉଣ୍ଟଡାଉନ ଘୋଷଣା କରିଥିବା ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ । ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ବୈଜ୍ଞାନିକ ବାଲାରମାତି । ଚନ୍ଦ୍ରଯାନ-୩ ଲଞ୍ଚ ସମୟରେ କାଉଣ୍ଟଡାଉନ ଘୋଷଣା ଥିଲା ତାଙ୍କର ଶେଷ ଘୋଷଣା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି ପୁରା ଇସ୍ରୋଟିମ୍ ଶୋକ ବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ତାମିଲନାଡୁର ଅରିୟାଲୁର ବାସିନ୍ଦା ବାଲାରମାତି ଗତ ଶନିବାର ସନ୍ଧ୍ୟାବେଳେ ଚେନ୍ନାଇରେ ଅଚାନକ୍ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।

୧୯୮୪ ମସିହାରେ ବାଲାରମାତି ପ୍ରଥମେ ଇସ୍ରୋରେ ଯୋଗ ଦେଇଥିଲେ। କାଉଣ୍ଟଡାଉନ୍ ଘୋଷଣା ସମୟରେ ତାଙ୍କ କଣ୍ଠସ୍ୱର ସମଗ୍ର ଭାରତବାସୀଙ୍କର ବେଶ୍‌ ପ୍ରିୟ ହୋଇଥିଲା । ଇସ୍ରୋର ଯେତେ ବି ଲଞ୍ଚ ହୁଏ, ତହାର କାଉଣ୍ଟଡାଉନ କରୁଥିଲେ ବାଲାରମାତି । ୨୦୧୫ରେ ସେ ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ୍ କଲାମଙ୍କ ନାମରେ ନାମିତ ପୁରସ୍କାର ପାଇଥିଲେ। କିନ୍ତୁ ଏବେ ସମ୍ପୁର୍ଣ୍ଣ ଥମି ଯାଇଛି ସେହି ସ୍ଵର । ଏବେ ଆଉ ଶୁଣିବାକୁ ମିଳିବନି ବାଲାରମାତିଙ୍କର ସେହି ସ୍ୱର ।

ଇସ୍ରୋର ପୂର୍ବତନ ନିର୍ଦ୍ଦେଶନ ପିଭି ଭେଙ୍କଟକୃଷ୍ଣମ ଏକ୍ସ କରି ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ଶ୍ରୀହରିକୋଟାରୁ ଇସ୍ରୋର ଆଗାମୀ ମିଶନ ପାଇଁ ଆଉ କାଉଣ୍ଟଡାଉନ ସମୟରେ ଶୁଣିବାକୁ ମିଳିବ ନାହିଁ  ବାଲାରମାତିଙ୍କ ସ୍ୱର । ଚନ୍ଦ୍ରଯାନ –୩ ଥିଲା ତାଙ୍କର ଶେଷ ଘୋଷଣା । ଏହି ଖବର ଶୁଣି ମୁଁ ବହୁତ ଦୁଃଖିତ, ପ୍ରଣାମ ।

Comments are closed.