Latest Odisha News

ସ୍ୱାମୀଙ୍କ ମୃତ୍ୟୁ ପରେ ଆଦିତ୍ୟଙ୍କ ପ୍ରେମରେ ମନ୍ଦିରା, ରୋମାଣ୍ଟିକ୍ ପୋଜ୍‌ରେ ନଜର ଆସିଲେ

ମୁମ୍ବାଇ: ଅଭିନେତ୍ରୀ ତଥା ଟିଭି ଉପସ୍ଥାପିକା ମନ୍ଦିରା ବେଦୀ ଏବେ ଖୁବ ଚର୍ଚ୍ଚାରେ । ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ପରେ ଏବେ ସେ ଆଦିତ୍ୟ ମୋଟୱାନୀଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟଙ୍କ କିଛି ରୋମାଣ୍ଟିକ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ସୁଇମିଂ ପୁଲରେ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି ।

୫୧ ବର୍ଷୀୟା ଅଭିନେତ୍ରୀ ମନ୍ଦିରାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲଙ୍କ ୨୦୨୧ ମସିହା ଜୁନ୍‌ରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପୁରା ଭାଙ୍ଗି ପଡ଼ିଥିଲେ । ଦୁଇ ସନ୍ତାନର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ତାଙ୍କ ଉପରେ ପଡ଼ିଥିଲା । କିନ୍ତୁ ଏବେ ସେ ଆଦିତ୍ୟ ମୋଟୱାନୀଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟଙ୍କର କିଛି ରୋମାଣ୍ଟିକ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏଥିରେ ଉଭୟ ସୁଇମିଂ ପୁଲରେ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି । ଏହି ସମୟରେ ମନ୍ଦିରାଙ୍କୁ ବିକିନିରେ ଗ୍ଲାମରସ୍ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି ।

ଏହିସବୁ ଫଟୋ ବର୍ଷକ ତଳର ବୋଲି ଜଣାଯାଇଛି । ଗତ ବର୍ଷ ମେ’ ମାସରେ ଆଦିତ୍ୟଙ୍କ ଜନ୍ମଦିନରେ ଏହି ଫଟୋଗୁଡିକ ମନ୍ଦିରା ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏବେ ଏହି ଫଟୋ ପୁଣି ଭାଇରାଲ ହୋଇଛି । ଏହାକୁ ଦେଖିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଅନେକ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଅନେକ ଲେଖିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁକୁ ୨ ବର୍ଷ ପୂରିନି, ପୁଣି ରୋମାଣ୍ଟିକ୍ ମୁଡ଼ରେ । ଆଉ କିଛି ଲେଖିଛନ୍ତି, ଜଣେ ସେଲିବ୍ରିଟିଙ୍କ ଜୀବନରେ ପାର୍ଟନର୍ ବଦଳାଇବା ଏକ ସାଧାରଣ କଥା ।

Comments are closed.