Latest Odisha News

BREAKING NEWS

ବ୍ୟବସାୟୀଙ୍କଠାରୁ ୧୫.୮୩ କୋଟି ଟଙ୍କା ଠକି ନେବା ଘଟଣାରେ ଫିଲ୍ମ ନିର୍ମାତା ଗିରଫ

ମୁମ୍ବାଇ: ବ୍ୟବସାୟୀଙ୍କଠାରୁ ଟଙ୍କା ଠକି ନେବା ଘଟଣାରେ ପୋଲିସ ସାଉଥ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ନିର୍ମାତା ରବିନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ଗିରଫ କରିଛି । ସେ ବ୍ୟବସାୟୀଙ୍କ ଠାରୁ ୧୫.୮୩ କୋଟି ଟଙ୍କା ଠକି ନେଇଥିବା ଜଣାଯାଇଛି । ଏନେଇ ଅଭିଯୋଗ ହେବାପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ରବୀନ୍ଦ୍ରଙ୍କୁ ଗିରଫ କରିଛି । ରବିନ୍ଦ୍ରଙ୍କ ଗିରଫ ହେବା ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ମଦମ ମିଡିୟା ପ୍ରା.ଲିର ବାଲାଜି କାପା ଗ୍ରେଟର ଚେନ୍ନାଇର ପୋଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ । ସେ ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି କି, ଅକ୍ଟୋବର ୨୦୨୦ରେ ରବିନ୍ଦ୍ର ତାଙ୍କ ସହିତ ସମ୍ପର୍କ କରିଥିଲେ । ଏହାପରେ ରବିନ୍ଦ୍ର ସଲିଡ ବେଷ୍ଟକୁ ଏନର୍ଜିରେ ବଦଳାଇବାର ଏକ ବ୍ୟବସାୟର ଯୋଜନା କରିଥିଲେ । ଏଥିରେ କିଛି ଟଙ୍କା ବ୍ୟୟ ପାଇଁ ସେ ସାହାଯ୍ୟ ମାଗିଥିଲେ । ଅଭିଯୋଗ ମୁତାବକ, ୨୦୨୦ ସେପେ୍‌୍ଟମ୍ବର ୧୭ରେ ରବିନ୍ଦ୍ରଙ୍କ ସହ ଏକ ଚୁକ୍ତି ହୋଇଥିଲା ଓ ବାଲାଜି କାପା ୧୫.୮୩ କୋଟି ଟଙ୍କା ତାଙ୍କୁ ଦେଇଥିଲେ ।

Comments are closed.