Latest Odisha News

BREAKING NEWS

ଅନନ୍ୟ ସ୍କୁଲ, ଯେଉଁଠି ପିଲା ଏକାସାଙ୍ଗରେ ଦୁଇ ହାତରେ ଲେଖନ୍ତି

ଭୋପାଳ: ଏମିତି ସ୍କୁଲ ରହିଛି ,ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଶିକ୍ଷା ପ୍ରଦାନ କରାଯାଇଥାଏ । ତାହାସହିତ ଏମିତି କୌଶଳ ଶିକ୍ଷା ଦିଆଯାଏ ତାହା ଯେ କୌଣସି ଲୋକ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ଏହି ସ୍କୁଲରେ ଲେଖିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏକାଥରକେ ଦୁଇଟି ହାତରେ ଲେଖିବା ପାଇଁ ଉତ୍ସାହିତ କରାଯାଇଥାଏ । କେବଳ ଉତ୍ସାହିତ ନୁହେଁ, ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ବି ଦିଆଯାଇଥାଏ ।

ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲାରେ ରହିଛି ବୀଣା ବନ୍ଦିନୀ ପବ୍ଲିକ୍ ସ୍କୁଲ । ଏହି ସ୍କୁଲ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏହି ବିଦ୍ୟାଳୟରେ ପିଲାମାନଙ୍କୁ ଦିଆଯାଉଥିବା ଶିକ୍ଷାଦାନ ସବୁ ସ୍କୁଲଠାରୁ ଭିନ୍ନ । ଏଠାରେ ପିଲାମାନଙ୍କୁ ପାଠପଢା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ତାଲିମ ଦିଆଯାଇଥାଏ । ସବୁଠୁ ବଡ଼ କଥା ହେଉଛି, ଏଠାରେ ପିଲାମାନଙ୍କୁ ଏକ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ । ତାହା ହେଉଛି ‘ଉଭୟ ହାତରେ ଭିନ୍ନ ଭାଷାରେ ଲିଖନ’ । ସେଠାରେ ପଢ଼ାଉଥିବା ଶିକ୍ଷକମାନେ ଏନେଇ ଶିକ୍ଷା ଦେଇଆସୁଛନ୍ତି । ଏଠାରେ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ର ଅନ୍ୟଠାରୁ ବହୁତ ଅଲଗା । ଏହା ଦେଶରେ ଏଭଳି କଳା ଶିକ୍ଷା ଦେଉଥିବା ପ୍ରଥମ ସ୍କୁଲ ବୋଲି କୁହାଯାଏ ।

Comments are closed.