Latest Odisha News

ହିମାଚଳ ଜିତାଇଛି ବିଧାନସଭା, ଏବେ ଲୋକସଭା ଜିତିବାକୁ ଜାଲ ବିଛାଉଛି କଂଗ୍ରେସ!

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ଯେଉଁ ରାଜ୍ୟରେ ଯେଉଁ ଦଳର ସରକାର ଅଛି ସେଠାରେ କିଭଳି ସମ୍ପୃକ୍ତ ଦଳ ଅଧିକ ଲୋକସଭା ସିଟ ଜିତିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି।

BjdElectrycity

ଏହି କ୍ରମରେ ହିମାଚଳ ପ୍ରଦେଶରେ କିଛି ମାସ ତଳେ ବିଜେପିକୁ ହରାଇ କଂଗ୍ରେସ ସରକାର ଗଢ଼ିଛି। କିନ୍ତୁ ସେଠାରେ ଥିବା ଦଳୀୟ ଅସନ୍ତୋଷ ଓ ମନୋମାଳିନ୍ୟକୁ ଦୂର କରିବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି।

ସେଥିପାଇଁ ହିମାଚଳରେ ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। ସେଥିପାଇଁ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଓ ହିମାଚଳ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି।

ଏପରିକି ହିମାଚଳରେ ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗସ୍ତ କରିଥିଲେ। ତେଣୁ ଏସବୁ ଭିତରେ ଦଳରେ କିଭଲି ସମସ୍ତେ ଏକମନ ହୋଇ କାମ କରିବେ ତା ଉପରେ ଗୁରୁତ୍ୱ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଡିସେମ୍ବର ୨୦୨୨ ରେ ହୋଇଥିବା ହିମାଚଳ ନିର୍ବାଚନରେ ୬୮ ବିଧାନସଭା ସିଟ ମଧ୍ୟରୁ ୪୦ ଟି ଜିତି କଂଗ୍ରେସ ସରକାର କରିଛି। ପ୍ରଥମେ କେବଳ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ଭାବେ ମୁକେଶ ଅଗ୍ନିହୋତ୍ରୀ ଶପଥ ନେଇଥିଲେ।

କିଛି ଦିନ ପରେ ବଜେଟ ଅଧିବେଶନ ପୁର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ସହ ୭ ଜଣ ସଦସ୍ୟଙ୍କୁ ମନ୍ତ୍ରୀ କରାଗଲା। ଏବେ ମନ୍ତ୍ରୀମଣ୍ଡଳରେ ତିନୋଟି ପଦ ଖାଲି ରହିଛି। ତେଣୁ ମନ୍ତ୍ରୀପଦ ପାଇଁ ବହୁ ଦାବିଦାର ଥିବାବେଳେ କିଛି ନେତା ନିଜର ଅସନ୍ତୋଷ ଜାହିର କଲେଣି।

ଲୋକସଭା ନିର୍ବାଚନ ଆସନ୍ନ ଥିବାବେଳେ ମନ୍ତ୍ରିମଣ୍ଡଳରେ ବହୁ କ୍ଷେତ୍ରିୟ ଅସନ୍ତୁଳନ ରହିଛି। କାଙ୍ଗଡ଼ା ଜିଲ୍ଲାରେ ସର୍ବାଧିକ ୧୬ ଟି ବିଧାନସଭା ସିଟ ଥିବାବେଳେ କଂଗ୍ରେସ ସେଠାରେ ୧୦ ଟି ସିଟ ଜିତିଛି। କିନ୍ତୁ ସେଠାରୁ ଜଣେ ମାତ୍ର ମନ୍ତ୍ରୀ ଚୌଧୁରୀ ଚନ୍ଦ୍ର କୁମାର ରହିଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ଯାହାର ପ୍ରଭାବ ଲୋକସଭା ନିର୍ବାଚନ ଉପରେ ପଡିପାରେ। ଯେଉଁଥିପାଇଁ କଂଗ୍ରେସ ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବା ସହ ଆଞ୍ଚଳିକ ସ୍ତରରେ ସମାନତା ଆଣିବାକୁ ଚାହୁଁଛି।

ସେପଟେ ବହୁ ଉଦ୍ୟମ ସତ୍ତ୍ୱେ ମଧ୍ୟ ହିମାଚଳରେ ହାରିବା ପରେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ ଜୋରଦାର କରିଛି।

ଖୋଦ ଦଳର ଜାତୀୟ ସଭାପତି ଜେ ପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ହିମାଚଳ ପ୍ରଦେଶର। ତେଣୁ ଦଳ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ଲୋକସଭା ନିର୍ବାଚନରେ କିଭଲି ସମ୍ମାନ ବଞ୍ଚିବ ସେ ନେଇ ଉଦ୍ୟମ କରୁଛି। ସେପଟେ କଂଗ୍ରେସ ବିଜେପିକୁ ଲୋକସଭା ନିର୍ବାଚନରେ ବି ଚେକ ଦେବାକୁ ଦଳ ସଜଡ଼ା ପ୍ରକ୍ରିୟାକୁ ଜୋରଦାର କରିଛି।

Leave A Reply

Your email address will not be published.