Latest Odisha News

ବିଷାକ୍ତ ଖାଦ୍ୟ ଖାଇ ମା’ ସହ ୨ ପୁଅଙ୍କ ମୃତ୍ୟୁ

ଆସିକା:ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଶ୍ରୀରାମନଗର ଅଞ୍ଚଳରେ ।  ବିଷାକ୍ତ ଖାଦ୍ୟ ଯୋଗୁ ପରିବାରର ମା’ ଓ ୨ ପୁଅଙ୍କର ମୃତ୍ୟୁ ଘଟିଛି । ହେଲେ ଶାଶୂ ସୁସ୍ଥ ଥିବା ଜଣାଯାଇଛି । ଅନ୍ୟ ପକ୍ଷେ ମୃତ ମହିଳାଙ୍କ ସ୍ୱାମୀ ସୁସ୍ଥ ଅଛନ୍ତି ।

ପରିବାରର ସମସ୍ତ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିଲା । ଦିଗପହଣ୍ଡି ପୋଲିସ  ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି । ତେବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିନାହିଁ ।

ପ୍ରାଥମିକ ସୂଚନା ଅନୁସାରେ, ପରବାର ଲାେକ ଏହି ଭଡା ଘରେ ଦୀର୍ଘ ଦିନ ଧରି ରହି ଆସୁଥିଲେ । ଗତରାତିରେ ସମସ୍ତେ ରାତ୍ରି ଭୋଜନ କରିବା ପରେ ଶୋଇ ପଡିଥିଲେ । କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ । ପେଟ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା ।

ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଦୁଇ ପୁଅଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଏବଂ ଶାଶୂଙ୍କର ଚିକିତ୍ସା ଚାଲିଛି । ତେବେ ମୃତ୍ୟୁର କାରଣ କ’ଣ ଜଣା ନ ପଡିଥିଲେ ହେଁ ଫୁଡ ପଏଜନିଂ କାରଣରୁ ଏପରି ଘଟିଥିବା କୁହାଯାଉଛି ।

Comments are closed.