Latest Odisha News

ଲାଇସେନ୍ସ ପାଇଁ ୧୨ ଥର ପରୀକ୍ଷା ଦେଇ ବିଫଳ ହେଲେ ଯୁବକ, ଏମିତି କିଛି କଲେ ପୋଲିସ କଲା ଗିରଫ

ବେଲଜିୟମ: ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ ନୁହେଁ । ଏଥିପାଇଁ ପ୍ରତ୍ୟେକଙ୍କର ପ୍ରାକ୍ଟିକାଲ ଜ୍ଞାନ ସହିତ ଥିଓରୀ ଜ୍ଞାନ ମଧ୍ୟ ରହିବା ଉଚିତ୍ । ଯଦି ଉଭୟରେ ଭଲ ମାର୍କ ପାଇବେ, ତାହାହେଲେ ଲାଇସେନ୍ସ ମିଳିବ । ଯଦିଓ ଅନେକ ଦେଶରେ ନିୟମ କିଛି ମାତ୍ରାରେ ସହଜ ହୋଇପାରେ, କିନ୍ତୁ ବେଲଜିୟମରେ ଡ଼ାଇଭିଂ ନିୟମ ଅତ୍ୟନ୍ତ କଠୋର । ଏପରି ପରିସ୍ଥିତିରେ, ବେଲଜିୟମର ଜଣେ ବ୍ୟକ୍ତି ୧୨ ଥର ଡ୍ରାଇଭିଂ ପରୀକ୍ଷାରେ ବିଫଳ ହେଲେ । ତେଣୁ ସେ ଯେ କୌଣସି ଉପାୟରେ ଲାଇସେନ୍ସ ପାଇବାକୁ ଇଛା କଲେ । ଶେଷରେ ସେ ଏମିତି କିଛି କରି ବସିଲେ ପରେ ପୋଲିସ ତାଙ୍କୁ ଗିରଫ କରିିଲା ।

ସରଜ୍ ନାମକ ଜଣେ ବ୍ୟକ୍ତି ଘାନାର ବାସିନ୍ଦା । ହେଲେ ସେ ବେଲଜିୟମରେ ରୁହନ୍ତି । ସେ ଗାଡି ଚଳାଇବା ଜାଣିଥିଲେ, ତେଣୁ ତାଙ୍କର ଘାନାରେ ଏକ ଡ଼୍ରାଇଭିଂ ଲାଇସେନ୍ସ ଥିଲା । କିନ୍ତୁ ସେ ଘାନା ଲାଇସେନ୍ସ ଦେଖାଇ ବେଲଜିୟମରେ ଗାଡି ଚଳାଇ ପାରି ନ ଥିଲେ । ତାଙ୍କୁ ବେଲଜିୟମରେ ଡ୍ରାଇଭିଂ ଲାଇସେନ୍ସର ମଧ୍ୟ ଆବଶ୍ୟକ ଥିଲା, ଯାହାଦ୍ୱାରା ସେ ଟ୍ୟାକ୍ସି ଚଳାଇ ପାରିବେ । ତେଣୁ ସେ ଡ଼୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ସେ ଭଲ ଭାବେ ଗାଡ଼ି ଚଲାଇ ପାରୁଥିଲେ ମଧ୍ୟ ଥିଓରି ରେ ଦୁର୍ବଳ ଥିଲେ । ଏହି କାରଣରୁ ବାରମ୍ବାର ଲିଖିତ ପରୀକ୍ଷାରେ ବିଫଳ ହେଲେ । ସେ ଥରେ କି ଦୁଇଥର ନୁହେଁ ଲଗାତର ୧୨ ଥର ପରୀକ୍ଷା ଦେଇ ବିଫଳ ହେଲେ । ଶେଷରେ ସେ ହତାଶ ହୋଇପଡ଼ିଲେ ।

ଏତେ ରାଗିଗଲେ ଯେ, ଏହାର ସମାଧାନର ବାଟ ଖୋଜିଲେ । ସେ ଜୁଲିଏନ୍ ନାମକ ଜଣେ ଯୁବକଙ୍କୁ ଠିକ୍ କଲେ, ଯିଏ ତାଙ୍କ ପରି ଦେଖାଯାଉଥିଲେ । ତାଙ୍କୁ ଟଙ୍କା ଦେଇ ତାଙ୍କ ପାଇଁ ପରୀକ୍ଷା ଦେବାକୁ ଯୋଜନା କଲେ । ଏମିତି କିଛିି ହିନ୍ଦି ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସରେ ଦେଖିବାକୁ ମିଳିଥିଲା । କିନ୍ତୁ ତାହା ଏକ ଫିଲ୍ମ ଥିଲା, ବାସ୍ତବରେ ଏହା ସମ୍ଭବ ନୁହେଁ । ସରଜ୍ ଓ ଜୁଲିଏନଙ୍କ ଚେହେରା ବହୁତ ସମାନ ଥିଲା । ଜୁଲିଏନଙ୍କର ମଧ୍ୟ ଏକ ଲାଇସେନ୍ସ ଥିଲା । ଜୁଲିଏନ୍ ତାଙ୍କଠାରୁ ଟଙ୍କା ନେଇ ବେଲଜିୟମର ୱାଲୋନିଆ ପ୍ରଦେଶରେ ଥିବା ମାନସ ଅଞ୍ଚଳକୁ ପରୀକ୍ଷା ଦେବାକୁ ଗଲେ ।

ଏଠାରେ ପରୀକ୍ଷା କରୁଥିବା କର୍ମଚାରୀ ଜଣକ ସରଜ୍ ଗାଁର ଥିଲେ । ସେ ପରୀକ୍ଷା ହଲରେ ସରଜ୍‌ଙ୍କ ଆଇଡି ଦେଖିବା ମାତ୍ରେ ତାଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଚାହିଁଲେ । ତାଙ୍କୁ ସନ୍ଦେହ ହେବାରୁ ସେ ତାଙ୍କର ଯାଞ୍ଚ କରିଥିଲେ । ପରେ ସେ ସରଜ୍ ନୁହଁନ୍ତି ବୋଲି ଜାଣିବାକୁ ପାଇଲେ । ଏନେଇ ପୋଲିସକୁ ଖବର ଦେଲେ । ପୋଲିସ ସରଜ୍ ଓ ଜୁଲିଏନଙ୍କୁ ଗିରଫ କରିଥିଲା ।

Comments are closed.