ମୁମ୍ବାଇ: ଆଜିର ସମୟରେ ଖରାପ ଜୀବନ ଶୈଳୀ ଏବଂ ଜଙ୍କଫୁଡ୍ ଖାଦ୍ୟ ଖାଇବାର ଅଭ୍ୟାସ ଯୋଗୁଁ ଦ୍ରୁତ ଗତିରେ କୋଲେଷ୍ଟ୍ରୋଲ୍ ବୃଦ୍ଧି ପାଉଛି । ବହୁ ସଂଖ୍ୟାରେ ଲୋକ ଉଚ୍ଚ କୋଲେଷ୍ଟ୍ରଲର ଶିକାର ହେଉଛନ୍ତି । ଯାହା ହୃଦଘାତ ଏବଂ ଷ୍ଟ୍ରୋକର କାରଣ ସାଜିପାରେ । ଏଭଳି ପରିସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଲୋକ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଓୗଷଧ ଖାଆନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଆପଣ ନିଜ ଖାଦ୍ୟ ବଦଳାଇ ସହଜରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିପାରିବେ । କେତେକ ସ୍ତରରେ ଫଳ ଖାଇବା ଦ୍ବାରା ବି ଆମେ ଏହାକୁ କଣ୍ଟ୍ରୋଲ କରିପାରିବା । ତେବେ ଆସନ୍ତୁ ଜାଣିବା କେଉଁ ଫଳ ଖାଇବା ଦ୍ବାରା ଆମେ ଉଚ୍ଚ କୋଲେଷ୍ଟ୍ରଲରୁ ମୁକ୍ତି ପାଇପାରିବେ ।
କୋଲେଷ୍ଟ୍ରଲ୍ ରୋଗୀଙ୍କ ପାଇଁ ଆପଲ୍ ଅଧିକ ଲାଭଦାୟକ ଫଳ । ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ସକାଳେ ଉଠିବା ପରେ ଦୁଇଯି ଆପଲ୍ ଖାଇବା ଉଚିତ୍ । ଯାହା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ୫୦ ପ୍ରତିଶତ ହ୍ରାସ ହୋଇପାରେ। ଆପଲରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଆପଲ୍ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସରଳ ହୋଇଥାଏ ।
ସେହିପରି କମଳା ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ ହୁଏ । କମଳା ଶରୀରରେ ଜମା ହୋଇଥିବା କୋଲେଷ୍ଟ୍ରଲକୁ ବାହାର କରିବାରେ ସାହାଯ୍ୟ କରିଥାଏ । କମଳା ରେ ପ୍ରଚୁର ପରିମାଣରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ । କମଳା ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିଯାଏ । କମଳା ବ୍ୟତୀତ ଅଙ୍ଗୁର ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରେ ।
ଅଧିକାଂଶ ଲୋକ କଦଳୀ ଖାଇବାକୁ ପସନ୍ଦ କରନ୍ତି । ଏହା ସାଧାରଣତଃ ହଜମ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । କଦଳୀ ଖାଇବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲ ରୋଗୀଙ୍କୁ ଚମତ୍କାର ଲାଭ ମିଳିପାରେ । କଦଳୀରେ ଫାଇବର ଅଧିକ ମାତ୍ରାରେ ଥାଏ । ଯାହା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କଦଳୀ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କଦଳୀ ସହାୟକ ହୁଏ ।
Comments are closed.