ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର ୨୧ ତାରିଖ ଚନ୍ଦ୍ରଯାନ-୩ ଉପରେ ଚର୍ଚ୍ଚା ସମୟରେ ବିଜେପି ସାଂସଦ ରମେଶ ବିଧୁରୀ ୟୁପିର ବିଏସପି ସାଂସଦ କୁଅଁର ଦାନିଶ ଅଲିଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । କୁହାଯାଉଛି, ବିଜେପି ସାଂସଦ ବିଏସପି ସାଂସଦ ଦାନିଶ ଅଲିଙ୍କୁ ଆପତ୍ତଜନକ ଶବ୍ଦ କହି ସମ୍ବୋଧନ କରିଥିଲେ । ଅବଶ୍ୟ ଗୃହର କାର୍ଯ୍ୟରୁ ବିଧୁରୀଙ୍କ ଅପଶବ୍ଦକୁ ହଟାଇ ଦିଆ ଯାଇଛି । ତେବେ ବିଧୁରୀଙ୍କ ଏପରି ଦୁର୍ବ୍ୟବହାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପଟେ ବିଏସପି ସାଂସଦ ଦାନିଶ ଅଲି କହିଛନ୍ତି, ଯଦି ବିଜେପି ସାଂସଦ ରମେଶ ବିଧୁରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଉଦାସ ମନରେ ସେ ସଂସଦ ଛାଡିବା ଉପରେ ବିଚାର କରିବେ ।
ଏହି ଅବସରରେ ଭାବୁକ ହୋଇ ଯାଇଥିଲେ ଦାନିଶ ଅଲି । ସେ କହିଛନ୍ତି, ‘ଯଦି ମୋ ସହ ଏମିତି ହେଉଛି ତେବେ ସାଧାରଣ ଲୋକଙ୍କ ସହ କ’ଣ ହେଉଥିବ ? ନିଜ ପ୍ରତିକ୍ରିୟା ରଖିବା ସମୟରେ କାନ୍ଦି ପକାଉଥିଲେ ଦାନିଶ । ସେ କହିଛନ୍ତି, ‘ମୁଁ ପୁରା ରାତି ଶୋଇ ପାରି ନ ଥିଲି । କାରଣ ମୋତେ ଲାଗୁଥିଲା ଯେମିତି ମୋ ମୁଣ୍ଡ ଫାଟି ଯିବ ।’
ସେ ଆହୁରି କହିଛନ୍ତି, ସଂସଦର ଏହି ବିଶେଷ ଅଧିବେଶନ ଡାକି ନିର୍ବାଚିତ ସାଂସଦଙ୍କୁ ସେମାନଙ୍କ ସଂପ୍ରଦାୟ ସହ ଯୋଡି ତାଙ୍କ ଉପରେ ଆକ୍ରମଣ କରିବାକୁ ଡକାଯାଇଥିଲା ? ଏପରି ଘଟଣା ପୁରା ଦେଶ ପାଇଁ ଲଜ୍ଜାଜନକ । ଆମେ ଦେଖିବୁ ତାଙ୍କ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ନା ତାଙ୍କୁ ପ୍ରୋତ୍ସାହିତ କରୁଛି । ଏହା ଘୃଣା ସୃଷ୍ଟି କରୁଥିବା ଭାଷଣ ବୋଲି ସେ କହିଛନ୍ତି ।
BREAKING NEWS
- ଫେରିଯିବ ମୌସୁମୀ: ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ସମ୍ଭାବନା
- ଆଫଗାନିସ୍ତାନ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ
- ଚୋରଙ୍କ ନଜରରେ ପରୀକ୍ଷା ସେଣ୍ଟର; ଧରାପଡିଲେ ଚୋର ଗ୍ୟାଙ୍ଗ;୨୬ ମୋବାଇଲ ସହ
- ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବା ପାଇଁ ଆହ୍ୱାନ
- ସାମାନ୍ୟ ବଚସାକୁ ନେଇ ଜଘନ୍ୟ କାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ
- ପାର୍ବଣରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ
- ଅଷ୍ଟ୍ରେଲିଆରେ ଠେକୁଆଙ୍କ ଉପଦ୍ରବ: ସୁରକ୍ଷା ପାଇଁ ଓହ୍ଲାଇଲେ ତାଲିମପ୍ରାପ୍ତ କୁକୁର
- NCPI MPs To Join BJP:ବିଜେପିରେ ଯୋଗଦେବେ ୧୭ ଜଣ ବିଦ୍ରୋହୀ ଟିଏମସି ସାଂସଦ !
- ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନ ଦଳ ଆସିବ ଭାରତ
- ଦିଶା ସାଲିଅନ ମୃତ୍ୟୁ ମାମଲା; CBI ଏତଲାରେ ଉଦ୍ଧବ ଓ ଆଦିତ୍ୟ ଠାକ୍ରେ

Comments are closed.