ଇମ୍ଫାଲ : ଥମୁନି ମଣିପୁର ତାତି । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର । ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ପୁଣି ପରିସ୍ଥିତି ସାଂଘାତିକ ହୋଇଛି । ଦୁଇ ଦିନ ତଳେ ସ୍ବାଭାବିକ ହୋଇଥିବା ଇଣ୍ଟରନେଟ୍ ସେବାକୁ ପୁଣି ଥରେ ବ୍ୟାନ୍ କରାଯାଇଛି । ୫ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ଏହା ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥିସହିତ ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି ।
ସୂଚନା ମୂତାବକ ଗତ ଜୁଲାଇ ମାସରୁ ନିଖୋଜ ଥିବା ଦୁଇ ଜଣ ଛାତ୍ରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଇମ୍ପାଲରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ଲାଠିଚାର୍ଜ କରିଥିଲା । ଏଥିରେ ୪୫ ଛାତ୍ର ଆହତ ହୋଇଥିଲେ । ଯାହାର ଫଟୋ ଏବେ ଭାଇରାଲ ହୋଇଛି । ଯାହାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।
Comments are closed.