ଭୁବନେଶ୍ୱର : ୩୦ ଜିଲ୍ଳାରେ ବୁଲିବ ସାଇବର ସଚେତନତା ରଥ। ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ତାରିଖରୁ ଏହି ରଥ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ବୁଲି ଲୋକଙ୍କୁ ସଚେତନ କରିବ ।
ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ , ସମାଜସେବୀ, ବିଭିନ୍ନ ଏନଜିଓ ଗୁଡିକ ସାମିଲ ହେବାକୁ ଆହ୍ବାନ କରିଛନ୍ତି ଆରକ୍ଷୀ ଅଧିକ୍ଷକ। ସାଇବର ଅପରାଧରୁ ନିଜକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଲୋକଙ୍କୁ ସଚେତନ କରିବ ଏହି ରଥ । ସାଇବର ଅପରାଧୀଙ୍କ କବଳରୁ କେମିତି ମୁକୁଳିବେ , ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ କ’ଣ କରିବେ , ସେ ନେଇ ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରାଯିବ ।
Comments are closed.