ପୁରୀ:ଗୋଟିଏ ବା ଦୁଇଟି ନୁହେଁ, ବାହାରିଲେ ୧୫୪ ଗାନ୍ଧୀ । ବଡଦାଣ୍ଡରେ ଜାତୀୟ ପତାକା ଓ ଝାଡୁ ଧରି ବାହାରିଲେ ୧୫୪ ଗାନ୍ଧୀ । ଗାନ୍ଧୀ ଜୟନ୍ତୀର ଦିନକ ପୂର୍ବରୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରର ବଡଦାଣ୍ଡରେ ।
ଗାନ୍ଧୀଜୀଙ୍କ ବାର୍ତ୍ତା ଏବଂ ଜନମାନସରେ ପହଞ୍ଚାଇ ଏକ ସଚେତନତା ଭାବ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ କୁନିକୁନି ପିଲା । ଉଦ୍ଦେଶ୍ୟରେ ବାହାରିଥିଲା ଏହି ଶୋଭାଯାତ୍ରା । ଦେହରେ ଥିଲା ଗାନ୍ଧୀଙ୍କ ପରି ଧଳା ବସ୍ତ୍ର । ହାତରେ ଠେଙ୍ଗା ଓ ମୁଣ୍ଡରେ ଟୋପି । ଏମିତି ପୋଷାକ ପରିଧାନ କରି ୧୫୪ ତମ ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ୧୫୪ ଜଣ ଗାନ୍ଧୀ ବେଶଧାରୀ ବଡ଼ଦାଣ୍ଡରେ ଚାଲିଥିଲେ ।
ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଆରମ୍ଭ କରି ଶରଧାବାଲି ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଶୋଭାଯାତ୍ରା ମାଧ୍ୟମରେ ‘ସ୍ୱଛତା ହିଁ ଶାନ୍ତି’ ନାରା ଦେଇଥିଲେ । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ । ବନ୍ଦେ ମାତରମ ଓ ସ୍ଵଛତା ହିଁ ଶାନ୍ତିର ନାରାରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ ।
Comments are closed.