ପୁରୀ: ଦୁଇ ବର୍ଷ ତଳେ ଆଜିର ଦିନରେ ଐତିହାସିକ କୃଷକ ଆନ୍ଦୋଳନରେ ଲଷ୍ମୀପୁର ଖେରିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଗାଡି ଚଢାଇ କୃଷକମାନଙ୍କୁ ଗଣହତ୍ୟା କଲେ। ମୋଦୀ ସରକାର ଅଧ୍ୟବଧି ମନ୍ତ୍ରୀଙ୍କୁ ବରଖାସ୍ତ କଲେନି। କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଲେନି। କୃଷକମାନଙ୍କ ଉପରେ ମିଥ୍ୟା ମକଦମା ପ୍ରତ୍ୟାହାର କଲେ ନାହିଁ କି ପ୍ରତିଶୃତି ମତେ ବିଦ୍ୟୁତ ବିଲ ପ୍ରତ୍ୟାହାର ହେଲାନି। ଏହା ବିରୁଦ୍ଧରେ ଆଜି ପୁରୀ ଜିଲ୍ଲାପାଳ ଅଫିସ ଆଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ଼ ୟୁନିଅନ ଓ ଗଣସଂଗଠନ ମିଳିତ ମଞ୍ଚ ତରଫରୁ ବିକ୍ଷୋଭ କରାଯାଇଛି।
ଏଥିରେ ପ୍ରଦୀପ୍ତ ମହାନ୍ତି, ଶରତ କୁମାର ରାୟଗୁରୁ, ଅଶୋକ ପ୍ରଧାନ, ଭୀମସେନ ସ୍ୱାଇଁ, ମୋହନ ନାଇଡୁ, ଜିତେନ୍ଦ୍ରିୟ ବେହେରା, କୃଷ୍ଣ ରାଉତ, ସନାତନ ପାତ୍ର ପ୍ରମୁଖ, କିଷାନ ପଟନାୟକ ପୀତବାସ ବେହେରା, ବକ୍ତ୍ୟବ୍ୟ ରକ୍ଷୀ କହିଲେ ଯେ ମୋଦୀ ସରକାର ସମୟରେ କୃଷି ଓ କୃଷକ ଓ ଶ୍ରମିକଙ୍କ ଅବସ୍ଥା ବିପର୍ଯ୍ୟୟ ହୋଇଛି। ଚାରୋଟି ଶ୍ରମ କୋଡ଼ ବାତିଲ କରିବାକୁ ଦାବି କରିଥିଲେ। ମଣିପୁର ହିଂସା ପାଇଁ ମୋଦୀ ହିଁ ଦାୟୀ। ବିଭିନ୍ନ ସାମଗ୍ରୀ ଦର ବଢ଼ି ଚାଲିଛି ତାର ନିୟନ୍ତ୍ରଣ ନାହିଁ। ସମବାୟ ସମିତି ଆଇନ ୨୦୨୩କୁ ତୁରନ୍ତ ବାତିଲ ପାଇଁ ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ଟ୍ରେଡ଼ ୟୁନିଅନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଚିସାହି ଛକରୁ ଶୋଭାଯାତ୍ରା ବାହାରି ଥିଲା। ଏହାକୁ ପବିତ୍ର ଦଳାଇ, ହରି ସେନାପତି, ପ୍ରଫୁଲ ମହାପାତ୍ର, ଟୁନା ନାୟକ, ଭାସ୍କର ମହାପତ୍ର, ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.