ମୁମ୍ବାଇ:ବଲିଉଡର ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ କେବଳ ତାଙ୍କ ପରିବାର ନୁହେଁ ସମଗ୍ର ଦେଶକୁ ଚକିତ କରିଦେଇଥିଲା । ତାଙ୍କ ମୃତ୍ୟୁ ପରେ ସ୍ୱାମୀ ବୋନି କପୁର ବହୁତ ଭାଙ୍ଗି ପଡିଥିଲେ । ଏହି ମାମଲାରେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ବର୍ତ୍ତମାନ ତାଙ୍କ ମୃତ୍ୟୁକୁ ୫ ବର୍ଷ ବିତିଗଲାଣି । ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତକୁ ନେଇ ବୋନି କପୁର ମୁହଁ ଖୋଲିଛନ୍ତି ।
ଏକ ସାକ୍ଷାତକାରରେ ବୋନି କପୁର କହିଛନ୍ତି ଯେ, ଶ୍ରୀଦେବୀ ଏକ ଷ୍ଟ୍ରିଟ୍ ଡାଏଟ୍ ଫଲୋ କରୁଥିଲେ, ଯେଉଁଥିରେ ଲୁଣ ଅନ୍ତର୍ଭୁକ୍ତ ନଥିଲା । ଏହି କାରଣରୁ ସେ ବେଳେବେଳେ ଚେତାଶୁନ୍ୟ ହୋଇଯାଉଥିଲେ । ଏହା ଏକ ଆକସ୍ମିକ ମୃତ୍ୟୁ ଥିଲା । ମୁଁ ଏ ବିଷୟରେ ନ କହିବା ପାଇଁ ନିଷ୍ପତ୍ତି ନେଇଥିଲି । ହେଲେ ଯେତେବେଳେ ମୋତେ ପଚରାଉଚରା କରାଯାଉଥିଲା ମୁଁ ପ୍ରାୟ ଏହା ବିଷୟରେ କହିଥିଲି । ବୋନି ତାଙ୍କ ନିରବତାର କାରଣ ପ୍ରକାଶ କରି କହିଛନ୍ତି ଯେ ତାଙ୍କୁ କର୍ତ୍ତୃପକ୍ଷ ଏହା କରିବାକୁ କହିଛନ୍ତି । କାରଣ ଭାରତୀୟ ଗଣମାଧ୍ୟମରୁ ବହୁତ ଚାପ ଥିଲା । ମୁଁ ସମସ୍ତ ପରୀକ୍ଷା ଦେଇ ଗଲି, ଯେଉଁଥିରେ ମିଥ୍ୟା ଡିଟେକ୍ଟର ପରୀକ୍ଷା ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ତା’ପରେ ଆସିଥିବା ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ଆକସ୍ମିକ ମୃତ୍ୟୁ ।
ଶ୍ରୀଦେବୀ ସୁନ୍ଦର ଓ ଫିଟ୍ ଦେଖାଯିବାକୁ ପ୍ରାୟତଃ ଭୋକିଲା ରହୁଥିଲେ । ଯେବେ ଠାରୁ ସେ ମୋ ସହିତ ବିବାହ କରିଥିଲେ, ସେ ଅଳ୍ପ ସମୟରେ ବ୍ଲାକଆଉଟରେ ପୀଡ଼ିତ ଥିଲେ । ଡାକ୍ତରମାନେ କହିଥିଲେ ଯେ ତାଙ୍କର ନିମ୍ନ ରକ୍ତଚାପ ସମସ୍ୟା ଅଛି । ପରେ ଜାଣିବାକୁ ପାଇଲେ ଯେ ସେ ଏକ କଠିନ ଡାଏଟ୍କୁ ଫଲୋ କରୁଥିଲେ । ଶ୍ରୀଦେବୀଙ୍କ ରାତ୍ରୀ ଭୋଜନରେ ମଧ୍ୟ ସେ ଲୁଣ ବିନା ଖାଦ୍ୟ ଖାଉଥିଲେ ।
Comments are closed.