ନୂଆଦିଲ୍ଲୀ: ବେଙ୍ଗାଲୁରୁ ସ୍ଥିତ ‘ହାଲ୍’ ବିମାନ ବନ୍ଦରରୁ ଲଢୁଆ ବିମାନ ତେଜସରେ ଗୁରୁବାର ଦିନ ଉଡିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ନ୍ୟାସନାଲ୍ ଫ୍ଲାଇଟ୍ ଟେଷ୍ଟ ସେଣ୍ଟରର ପ୍ରୋଜେକ୍ଟ ଡାଇରେକ୍ଟର୍ (ଫ୍ଲାଇଟ୍ ଟେଷ୍ଟ) ଏୟାର ଭାଇସ୍ ମାର୍ସାଲ୍ ଏନ୍ ତିୱାରି ଏହି ବିମାନକୁ ଉଡାଇଥିଲେ ।
ଆକାଶ ମାର୍ଗରେ ୩୦ ମି. ଉଡାଣ ମାରିବା ବେଳେ ୬୮ ବର୍ଷୀୟ ରାଜନାଥ ସିଂହ ୨ ଆସନ ବିଶିଷ୍ଟ ଲଢୁଆ ଜେଟ୍ କକପିଟରେ ଥିବା ପାଇଲଟଙ୍କ ପଛ ସିଟରେ ବସିଥିଲେ ।
Flying on ‘Tejas’, an Indigenous Light Combat Aircraft from Bengaluru’s HAL Airport was an amazing and exhilarating experience.
Tejas is a multi-role fighter with several critical capabilities. It is meant to strengthen India’s air defence capabilities. pic.twitter.com/jT95afb0O7
— Rajnath Singh (@rajnathsingh) September 19, 2019
ଏନେଇ ଟ୍ୱିଟ୍ କରିଛନ୍ତି ରାଜନାଥ ସିଂହ ।
ଏହି ଲଢୁଆ ଜେଟ୍ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ବେଳେ ରାଜନାଥ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଯିଏକି ତେଜସରେ ଉଡିଛନ୍ତି ।
Comments are closed.