Latest Odisha News

BREAKING NEWS

ଏହି ଗାଁକୁ ପୁରୁଷଙ୍କୁ ଆସିବା ମନା: କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାର ବିଷୟରେ ଆଲୋଚନା ହୁଏ  ।  ହେଲେ ଆଜି ମଧ୍ୟ ମହିଳାମାନେ ସେମାନଙ୍କର ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି  । ମହିଳାମାନେ ପୁରୁଷ-ପ୍ରାଧାନ୍ୟ ସମାଜରୁ ସ୍ୱାଧୀନତା ପାଇବା ପାଇଁ ସମସ୍ତ ପ୍ରୟାସ କରନ୍ତି  । ଯାହାଦ୍ବାରା କି  ସେମାନେ ମୁକ୍ତ ଭାବରେ ବଞ୍ଚି ପାରିବେ ।  ଆଜି ଆମେ ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମହିଳାମାନେ ଶାସନ କରନ୍ତି । ଏହି ଗାଁ ଆଫ୍ରିକୀୟ ଦେଶ କେନିଆରେ ରହିଛି  ।  ଉମୋଜା କେନିଆର ରାଜଧାନୀ ନାଇରୋବି ନିକଟରେ ରହିଛି ଏହି ଗାଁ  ।   ଏହା ଏପରି ଏକ  ଗାଁ ଯେଉଁଠାରେ କେବଳ ମହିଳାମାନେ ବାସ କରନ୍ତି  । ଏହି ଗାଁର ବିଶେଷତ୍ୱ ​​ହେଉଛି ଯେ ଏଠାରେ କେହି ପୁରୁଷ  ପ୍ରବେଶ କରିପାରିବେ ନାହିଁ  । ଏହି ଗାଁରେ ପୁରୁଷଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି  ।

ଏଠାରେ ପ୍ରାୟ ୫୦ ଜଣ ମହିଳା ନିଜର ପିଲାଛୁଆଙ୍କୁ ନେଇ ଝୁମ୍ପୁଡି ଘରେ ବାସ କରୁଛନ୍ତି  । ଏହି ଗାଁରେ ପୁରୁଷଙ୍କ ପ୍ରବେଶ ଉପରେ ଏକ ନିଷିଦ୍ଧାଦେଶ ରହିଛି । ଯଦି କୌଣସି ପୁରୁଷ ଏହି ଗାଁକୁ ପ୍ରବେଶ କରନ୍ତି  ,  ତେବେ ତାଙ୍କୁ ପୋଲିସ ଗିରଫ କରିବ। ୧୯୯୦ ମସିହାରେ ୧୫ ଜଣ ମହିଳାଙ୍କୁ ନେଇ ଏହି ଗାଁ ଗଠିତ ହୋଇଥିଲା ।  ଏହି ମହିଳାମାନେ ସମ୍ବୁରୁ ଏବଂ ଇସିଓସୋ ନିକଟରେ ଥିବା ବାଣିଜ୍ୟ ସୀମାରେ ବ୍ରିଟିସ୍ ସୈନିକ ମାନଙ୍କ ଦ୍ବାରା ବଳାତ୍କାରର ଶିକାର ହୋଇଥିଲେ। ସେହି ଦିନଠାରୁ ସେଠାକାର ମହିଳାଙ୍କ ମନରେ ପୁରୁଷ ମାନଙ୍କ ପ୍ରତି ଏକ ଘୃଣାଭାବ ସୃଷ୍ଟି ହୋଇଥିଲା ।

ସେଠାରେ ଅନେକ ବଳାତ୍କାର ପୀଡିତା ଅଛନ୍ତି , ଯେଉଁମାନେ କୁହନ୍ତି ଯେ ସେମାନଙ୍କ ବିରୁଦ୍ଧରେ କରାଯାଇଥିବା ଅପରାଧ ପରେ ସେମାନଙ୍କ ସ୍ୱାମୀ ଘରୁ ବାହାର କରିଦେଇଥିଲେ । ପରେ  ମହିଳାମାନେ ଏଠାରେ ଆସି ରହିବାକୁ ଲାଗିଲେ । ଯାହାର ନାମ ସେମାନେ  ନାମ ଉମୋଜା ରଖିଲେ । ଧିରେ ଧିରେ ଏହି ଗାଁରେ କେବଳ ମହିଳାମାନେ ବସବାସ କରିବାକୁ ଲାଗିଲେ ।

Comments are closed.