ବ୍ରହ୍ମପୁର: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏବେ ଏକ ଚିନ୍ତାର କାରଣ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ଜଣେ ଡାକ୍ତରୀ ଛାତ୍ରୀ ରାଜଧାନୀର ଏକ ମେଡିକାଲ କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି ଆଇଜରରୁ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଆଇଜରରେ ପଢୁଥିବା ଜଣେ ଛାତ୍ର ସେହିଦିନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ ମୃତଦେହ ହଷ୍ଟେଲରେ ରହୁଥିବା ତାଙ୍କ ରୁମରୁ ପୋଲିସ ଜବତ କରିଛି ।
ମୃତ ଛାତ୍ରଙ୍କ ନାଁ ସତ୍ୟ ସମୟ ମୁର୍ମୁ ଏବଂ ସେ ବାଲେଶ୍ୱର ଦୁମାଡିହି ଗାଁର ବୋଲି ଜଣାପଡିଛି । ସେ ବିଏସସି-ଏମଏସସି ଇଣ୍ଟିଗ୍ରେଟେଡ କୋର୍ସରେ ଚଳିତ ବର୍ଷ ନାମ ଲେଖାଇଥିଲେ । ସେ କିଛି ଦିନ ହେଲେ କ୍ୟାମ୍ପସରେ ଥିବା BH-1ହଷ୍ଟେଲର ୭ମ ମହଲାରେ ରହୁଥିଲେ ।
ଗତକାଲି ସକାଳେ ସତ୍ୟ କଲେଜ ଯାଇ ନ ଥିଲେ । ଅପରାହ୍ନ ପ୍ରାୟ ୨ଟା ବେଳକୁ ସତ୍ୟର କିଛି ସାଙ୍ଗ କଲେଜରୁ ଆସି ଦେଖିଲେ ସତ୍ୟ ରହୁଥିବା ରୁମ ଭିତରପଟୁ ବନ୍ଦ ରହିଛି । ବାରମ୍ବାର ଡାକିବା ସତ୍ତ୍ୱେ ନ ଣୁଣିବାରୁ ସେମାନେ ଘରର କବାଟ ଭାଙ୍ଗିଥିଲେ ।
କବାଟ ଭାଙ୍ଗିବା ପରେ ସତ୍ୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ନେଇ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେ ତୁରନ୍ତ ଆସି ପହଞ୍ଚିଥିଲେ । ସତ୍ୟଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
Comments are closed.