ବେଙ୍ଗାଲୁରୁ: ଆଜିକାଲି ସୋସିଆଲ ମିଡିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଏବେ ଠିକ୍ ସେମିତି ଏକ ବଡ ଅଟ୍ଟାଳିକାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଉପରେ ତିଆରି ହୋଇଛି ସୁନ୍ଦର ବଙ୍ଗଳା । ଏହା ବିଦେଶରେ ନୁହେଁ, ଆମ ଦେଶର ବେଙ୍ଗାଲୁରୁରେ ରହିଛି ଏହି ଅଟ୍ଟାଳିକା । ମାତ୍ର ଏହାର ମାଲିକ ଏଥିରେ ପାଦ ଦେବାର ସମ୍ଭାବନା ହିଁ ନାହିଁ ।
୪୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ବିଲ୍ଡିଂ ୨ ମହଲା ବିଶିଷ୍ଟ, ଯାହା ‘ହ୍ୱାଇଟ୍ ହାଉସ’ ପରି ଦେଖାଯାଏ । ଏହି ପ୍ରାସାଦ ପରି ଘର କିଙ୍ଗଫିସର ଟାୱାର ଉପରେ ନିର୍ମିତ ଏବଂ ଏହା ୪୦ ହଜାର ବର୍ଗମିଟର ପରିମିତ ସ୍ଥାନରେ ରହିଛି । ଏହି ଘରଟି ୨୦ ମିଲିୟନ ଡଲାରର । ୟୁବି ସିଟିର ବିଳାସପୂର୍ଣ୍ଣ ଘରଟି ଏକ କ୍ୟାଣ୍ଟିଲାଇଭର ସ୍ଲାବରେ ଅବସ୍ଥିତ ଏବଂ ୪.୫ ଏକର ଜମିରେ ନର୍ମିତ । ମାର୍ଚ୍ଚ ୨୦୧୬ରେ ୟୁନାଇଟେଡ୍ ବ୍ରୁରିଜ ଗ୍ରୁପ ପ୍ରତିଷ୍ଠାତା ବିଟଲ ମାଲ୍ୟାଙ୍କ ପୁଅ ବିଜୟ ମାଲ୍ୟା ଭାରତ ଛାଡ଼ି ପଳାଇ ଯାଇଥିଲେ । କାରଣ ସେ ଅନେକ ଭାରତୀୟ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇଥିଲେ ଏବଂ ସେଥିରୁ କୌଣସି ଟଙ୍କା ଫେରସ୍ତ କରି ନ ଥିଲେ ।
Comments are closed.