ଭଦ୍ରକ ଜିଲ୍ଲା ଡାକ୍ତର ସଂଘ ପକ୍ଷରୁ ନୂତନ ରାଜ୍ୟ ସଭାପତି ଡ଼ା ଜୟନ୍ତ ପଣ୍ଡା ଓ ଶ୍ୟାମସୁନ୍ଦର ଖଣ୍ଡେଲବାଲଙ୍କୁ ସମ୍ବୋଧିତ
ଭଦ୍ରକ: ଭଦ୍ରକ ଜିଲ୍ଲା ଚିକିତ୍ସକ ସଂଘ IMA ପକ୍ଷରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଥିବା CDMO କନଫରେନ୍ସ ହଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଡାକ୍ତର ସଂଘ ପକ୍ଷରୁ ନୂତନ କରି ୨୦୨୪ ଓ ୨୦୨୫ ପାଇଁ ରାଜ୍ୟ ସଭାପତି ଭାବେ ବାରିପଦାର ପ୍ରତିଷ୍ଠିତ ଡାକ୍ତର ଶ୍ୟାମସୁନ୍ଦର ଖଣ୍ଡେଲବାଲ ଏବଂ ୨୦୨୫ ଓ ୨୦୨୬ ବର୍ଷ ପାଇଁ କଟକ ବଡ଼ ମେଡ଼ିକାଲର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ରାଜ୍ୟ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।
ଭଦ୍ରକ ଜିଲ୍ଲା ଡାକ୍ତରୀ ସଂଘର ଆବାହକ ଡାକ୍ତର ହରିହର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଭଦ୍ରକ ଜିଲ୍ଲା ଚିକିତ୍ସକ ସଂଘ ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକ ସମ୍ପାଦକ ଡ଼ା ରଣଜିତ ଖଟୁଆ, ପୂର୍ବତନ ରୋଟାରୀୟାନ ଅଭିଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ରାଜ୍ୟ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଦୁଇ ବରିଷ୍ଠ ଡ଼ାକ୍ତରଙ୍କୁ ସମ୍ମାନୀତ କରିଥିଲେ । ଏହି ସଭାରେ ସମସ୍ତ ଡାକ୍ତରଙ୍କ ସହ ରୋଟାରୀ କ୍ଲବ, ସାମ୍ବାଦିକ,ସେଛାସେବୀ, ନର୍ସ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଡାକ୍ତରମାନେ କିପରି ରୋଗୀ ମାନଙ୍କ ସହ ଉତ୍ତମ ସମ୍ପର୍କ ରଖି କାର୍ଯ୍ୟ କରିବେ ଏବଂ ରାଜ୍ୟରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ ଥିବା କହିବା ସହ କୋଭିଡ ସମୟରେ ଡ଼ାକ୍ତର ମାନଙ୍କ କାର୍ଯ୍ୟ ଅତୁଳନୀୟ ବୋଲି କହିଥିଲେ ।
ଏହି ସଂଘ ପ୍ରଥମେ ୧୯୨୭ ମସିହାରେ ପ୍ରତିଷ୍ଠା କରାଯାଇ ରାଜ୍ୟରେ କାର୍ଯ୍ୟ କରୁଥିବାବେଳେ ଭଦ୍ରକ ଜିଲ୍ଲାରେ ୧୨୫ ଜଣ ଡାକ୍ତର ଏହି ସଂଘରେ ରହିଛନ୍ତି ବୋଲି ସମ୍ମାନିତ ହେବାପରେ ପ୍ରଫେସର ଜୟନ୍ତ ପଣ୍ଡା ଓ ଶ୍ୟାମସୁନ୍ଦର ଖଣ୍ଡେଲବାଲ କହିବା ସହ ଭଦ୍ରକ ବାସୀଙ୍କ ପକ୍ଷରୁ ମିଳିଥିବା ଏହି ସମ୍ମାନ କେବେ ଭୁଲି ପାରିବେ ନାହିଁ ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।