ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ବିଧ୍ୱସ୍ତ ଅଞ୍ଚଳରୁ ଆସିଛି ହୃଦୟଥରା ଦୃଶ୍ୟ । ଅତି ନିଷ୍ଠୁର ଭାବେ ଘରେ ପଶି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ହମାସ ଆତଙ୍କୀ । ଇସ୍ରାଏଲ ସରକାରଙ୍କ ପକ୍ଷରୁ ସୋଶିଆଲ ମିଡିଆରେ ଏ ନେଇ ସୂଚନା ଦିଆଯାଇଛି ଯେ ଶନିବାର ଆତଙ୍କୀ ଆକ୍ରମଣ ପରେ ଅନେକ ଶିଶୁ ଅନାଥ ହୋଇ ଯାଇଛନ୍ତି । ଏକ୍ସରେ ସୂଚନା ଦେଇ କୁହାଯାଇଛି, ‘ଏପରି ଫଟୋ ସେୟାର କରିବା ଖୁବ କଷ୍ଟଦାୟକ । ହେଲେ ଆମ ପାଖରେ କୌଣସି ବିକଳ୍ପ ନାହିଁ । ଶ୍ଲୋମି ଏବଂ ଶଚରଙ୍କୁ ସବୁବେଳେ ମନେ ରଖିବ ଦେଶ ।’
ହମାସ ଏବଂ ଅନ୍ୟ ଆତଙ୍କୀଙ୍କ ସହ ଭୟଙ୍କର ଯୁଦ୍ଧ ଲଢୁଛି ଇସ୍ରାଏଲ । ଇସ୍ରାଏଲର ଆଇରନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ଆତଙ୍କୀଙ୍କ ରକେଟର ମୁକାବିଲା କରୁଛି । ଶନିବାରଠାରୁ ବର୍ତ୍ତମାନ ସୁଦ୍ଧା ୧୧୦୦ ଲୋକଙ୍କ ଜୀବନ ଗଲାଣି । ଅନେକ ସାଧାରଣ ଜନତା ଏବଂ ସେନା ଜୀବନ ହାରିଲେଣି ।
ହମାସ ପକ୍ଷରୁ ଭୟଙ୍କର ଆକ୍ରମଣ କରାଯାଉଛି । ଏପରିକି ମହିଳାଙ୍କୁ ଅପହରଣ କରି ନିଆଯାଉଛି । ମିଳିଥିବା ରିପୋର୍ଟ ଅନୁାସରେ, ନେଚର ପାର୍ଟିରେ ୨୬୦ ଶବ ଏକାଠି କରାଯାଇଛି ।
ଏମିତି ସମୟରେ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏକ କପୁଲଙ୍କ ଫଟୋ ସେୟାର କରାଯାଇଛି । ଏଥିରେ ଲେଖା ଯାଇଛି, କଳ୍ପନା କରନ୍ତୁ, ଏକ ପାର୍ଟିକୁ ଯାଉଥିଲେ । ଗୋଟିଏ ମୁହୂର୍ତ୍ତରେ ରକ୍ତ ଭିଜା ଶରୀର ସେମାନଙ୍କର ରାସ୍ତାରେ ପଡିଥିଲା । ଏହି ସୁନ୍ଦର ଦମ୍ପତିଙ୍କୁ ଘରୁ ଟାଣି ଆଣିଥିଲେ ହମାସ ଆତଙ୍କୀ । ତା’ ପରେ ହତ୍ୟା କରିଥିଲେ । ତାଙ୍କର ପିଲମାନେ ଅନାଥ ହୋଇ ଯାଇଛନ୍ତି ।
ହଜାର ହଜାର ନାଗରିକ ଏହି ହିଂସାର ନିଆଁରେ ଛଟପଟ ହେଉଛନ୍ତି । କାନ୍ଦୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଧାଉଁଛନ୍ତି । ପାଲେଷ୍ଟାଇନ ଆତଙ୍କୀ ହଜାର ହଜାର ନିରୀହ ଇସ୍ରାଏଲୀମାନଙ୍କୁ ହତ୍ୟା କରୁଛନ୍ତି । ଦାଦା-ନାନୀଙ୍କ ପରି ବୟସ୍କ ଲୋକଙ୍କୁ ଅପହରଣ କରି ନେଉଛନ୍ତି । ସେତିକି ନୁହେଁ, ଶବକୁ ବି ଏମାନେ ଅପମାନ କରୁଛନ୍ତି ।
ଇସ୍ରାଏଲର ଅରିକ ନାନି । ତାଙ୍କର ୨୬ତମ ଜନ୍ମ ଦିନ ପାଳୁଥିଲେ । ପାର୍ଟି ରଖିଥିଲେ । ହମାସ ଆତଙ୍କୀଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ କହିଛନ୍ତି, ମୋତେ ସବୁ ଦିଗରୁ କେବଳ ଗୁଳିର ଆବାଜ ହିଁ ଶୁଭୁଥିଲା । ମାଟିରେ ଶବ ପଡିଥିଲା । ଅନେକ କିଶୋରଙ୍କୁ ହାତକଡି ପକାଇ ଟ୍ରକରେ ଜବରଦସ୍ତ ପକାଇ ନେଇ ଯାଉଥିଲେ । ସେମାନଙ୍କୁ ଗାଳି ଦେଉଥିଲେ, ଗୋଇଠା ମାରୁଥିଲେ । ଜଣେ ମହିଳାଙ୍କୁ କାର୍ଯ୍ୟକ୍ରମ ସ୍ଥଳୀରୁ ମୋଟର ସାଇକେଲରେ ବସାଇ ଗାଜା ଆଡକୁ ନେଇ ଯାଇଥିଲେ । ଫିଲିଫାଇନ୍ସକୁ ସେମାନେ ଆଇଏସଆଇଏସ ଠାରୁ ଅଧିକ କ୍ରୁର ବୋଳ କହିଛନ୍ତି ।
This beautiful couple was slaughtered in their homes by Hamas terrorists.
Their children are now orphans.
Images like these are extremely difficult to share. But we have no choice.
For the victims. For the families.
Remember Shlomi and Shachar 💔 pic.twitter.com/szF1JNrt68
— Israel ישראל 🇮🇱 (@Israel) October 9, 2023
Comments are closed.