Latest Odisha News

BREAKING NEWS

‘ମୋ ବିଚ୍’ କାର୍ଯ୍ୟକ୍ରମ: ସଫା ହେଲା ୧୦୦କିମି ପର୍ଯ୍ୟନ୍ତ ବେଳାଭୂମି !

ପୁରୀ: ‘ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍ ଡ଼େ’ ଅବସରରେ ଶନିବାର ଦେଶବ୍ୟାପୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୁରୀ ସମୁଦ୍ର ଉପକୂଳରେ ମଧ୍ୟ ଅନୁଷ୍ଠିତ ହୋଇଛି ‘ମୋ ବିଚ୍’ କାର୍ଯ୍ୟକ୍ରମ । ଏଥିରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିର ୧୯ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ହୋଇଥିବା ସୂଚନା ମିଳିଛି । ପୁରୀରୁ ଚନ୍ଦ୍ରଭାଗା, ଅସ୍ତରଙ୍ଗ, ବ୍ରହ୍ମଗିରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ସଫେଇ କରାଯାଇଛି ।

ଏହି ଅବସରରେ ବେଳାଭୂମିରେ ମାଗଣାରେ ଯୋଗ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ବେଳାଭୂମିକୁ ପ୍ରଦୂଷଣରୁ ରକ୍ଷା କରିବା, ପ୍ଲାଷ୍ଟିକର ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରିବା ଏବଂ ବେଳାଭୂମିକୁ ସଂପୂର୍ଣ୍ଣ ସ୍ବଚ୍ଛ ରଖିବା ଆଜି ଦିନର ଉଦ୍ଦେଶ୍ୟ ଥିବା କୁହାଯାଉଛି ।

ଶନିବାର ସକାଳ ୬ଟା ରୁ ୭ଟା ଏକଘଣ୍ଟା ଧରି ସଫେଇ କରାଯାଇଛି । ପୁରୀ ବେଳାଭୂମିର ସଫେଇ କାର୍ଯ୍ୟ ସହିତ ବ୍ଲୁ ଫ୍ଲାଗ୍ ବିଚ୍, ବାଙ୍କି ମୁହାଣର ଉନ୍ନତି କରଣ, ବେଳାଭୂମିରେ ଭେଣ୍ଡିଂ ଜୋନ୍ ଉପରେ ବିଭିନ୍ନ କାର୍ଯ୍ୟାକ୍ରମ କରିବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ।

ଏହି ଅଭିଯାନରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ଏନସିସି, ସ୍କାଉଟ ଏବଂ ଗାଇଡ଼, ଲାଇଫଗାର୍ଡ଼, ଫଟୋଗ୍ରାଫର, ଅଭିନେତା, ଅଭିନେତ୍ରୀ, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଆଦି ସାମିଲ ହୋଇଥିଲେ ।

Leave A Reply

Your email address will not be published.