Latest Odisha News

BREAKING NEWS

ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ଘଟଣା: ୨୦ ବର୍ଷ ପରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତ

ବାଲେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ମସିହା ଗ୍ରାହାମ୍ ଷ୍ଟେନ୍ସ ପୋଡି ଓ ହତ୍ୟା ଘଟଣାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସିବିଆଇ ।

ଗିରଫ ଅଭିଯୁକ୍ତଙ୍କ ନାମ ବୁଦ୍ଧଦେବ ନାଏକ (୪୫) ଏବଂ ସେ ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ବୋଲି ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଅଭିଯୁକ୍ତକୁ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନିଶ୍ଚିତପୁରରୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ଠାକୁରମୁଣ୍ଡା ଅଞ୍ଚଳରେ ଥିବା ନେଇ ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ଚଢାଉ କରି ସିବିଆଇ ତାଙ୍କୁ ଗିରଫ କରିଥିଲା ।

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାର ମନୋହରପୁର ନିକଟରେ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କର ୨ ପୁଅଙ୍କୁ ହତ୍ୟା କରାଯାଇଥିଲା । ଏହାପର ଠାରୁ ଅଭିଯୁକ୍ତ ବୁଦ୍ଧଦେବ ଫେରାର ରହିଥିଲା ।

Leave A Reply

Your email address will not be published.