ଚାନ୍ଦବାଲି : ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ମାଧପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ମୋବାଇଲ ପାଇଁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଆଉ ଦୁଇ ଦିନ ଧରି ନିଖୋଜ ହେବା ପରେ ଏକ ଜୋରରୁ କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଅଣଖାସାହିର ସୁକାନ୍ତ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ମୋବାଇଲକୁ ନେଇ ଗାଁର ସୁକାନ୍ତ ଏବଂ ଜୟଦେବଙ୍କ ମଧ୍ୟରେ ଶତ୍ରୁତା ରହିଥିଲା । ଜୟଦେବଙ୍କ ମୋବାଇଲ ସୁକାନ୍ତ ଭାଙ୍ଗିଦେଇଥିବାରୁ ତାଙ୍କୁ ମୋବାଇଲ ବାବଦରେ ଟଙ୍କା ଦେଉନଥିଲେ ।
ଏହି ଘଟଣାରେ ଜୟଦେବ ଉତ୍ତ୍ୟକ୍ତ ହୋଇ ସୁକାନ୍ତଙ୍କୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିଲେ । ମାରିବା ପରେ ଟାଣି ଟାଣି ନେଇ ନଟିଆ ଜୋରରେ ପିଙ୍ଗି ଦେଇଥିଲା। ଏ ନେଇ ସୁକାନ୍ତଙ୍କ ପରିବାର ଲୋକ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତ ଜୟଦେବ ଦାସକୁ ଗିରଫ କରିଥିଲା । ଗତ ୧୩ ତାରିଖ ରାତିରୁ ଶୁକାନ୍ତ ଦାସ ଘରୁ ବାହାରି ଆଉ ଫେରିନଥିଲେ। ୧୫ତାରିଖ ସକାଳୁ ସକାଳୁ ଗାଁ ପାଖ ନଟିଆ ଜୋରରେ ଶୁକାନ୍ତଙ୍କ ମୃତଦେହ ଭାସୁଥିବାର ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳକୁ ଆସି ସୁକାନ୍ତଙ୍କ ମୃତଦେହ ଉଦ୍ଧାର କରିଛି ।
Comments are closed.