Latest Odisha News

ପୁଣି ଚମକିଲେ ଓଡିଆ: ଇଣ୍ଡିଆନ ଆଇଡଲରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ

ଭୁବନେଶ୍ବର: ଇଣ୍ଡିଆନ ଆଇଡ଼ଲ ମଞ୍ଚରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ପେଶା ତାଙ୍କର ଡାକ୍ତର କିନ୍ତୁ ନିଶା ହେଉଛି ସଙ୍ଗୀତ । ଡାକ୍ତର ହେଇକି ମଧ୍ୟ ସଂଗୀତକୁ ତାଙ୍କ ଜୀବନ ବୋଲି ସେ କହିଛନ୍ତି । ଜାତୀୟସ୍ତରର ଲୋକପ୍ରିୟ ସଂଗୀତ ପ୍ରତିଯୋଗିତା ସୋ ‘ଇଣ୍ଡିଆନ୍ ଆଇଡଲ୍‌-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ ଗୋଲ୍ଡେନ୍ ଟିକଟ ସହ ଶୋ’ରେ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ବର୍ତ୍ତମାନ ସେ ସାରା ଓଡ଼ିଶା ତଥା ଦେଶରେ ଏକ ଚର୍ଚ୍ଚିତ ଚେହେରା।

୨୩ ବର୍ଷୀୟ ଯୁବ ଡାକ୍ତର କବିର ସିଂ ସିନେମାର ‘ତୁ ଇତନା ଜରୁରୀ କେସେ ହୁଆ ଗାଇ’ ସ୍ଵରର ଯାଦୁଗରୀରେ ଜୁରୀଙ୍କ ମନ ଜିତିବା ପରେ ଗୋଲ୍ଡେନ ଟିକେଟ ପାଇ ସିଧା ଥିଏଟର ରାଉଣ୍ଡଙ୍କୁ ଉତ୍ତିର୍ଣ୍ଣ ହୋଇଛନ୍ତି । ଉପସ୍ଥିତ ବଲିଉଡର ୩ ଲୋକପ୍ରିୟ ସଂଗୀତ ବିଚାରକ ବିଶାଲ ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ରୋହନଙ୍କର ପ୍ରଦର୍ଶନ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ତାଙ୍କୁ ‘ଡାକ୍ତର ସିଙ୍ଗର’ ନାମରେ ନାମିତ କରିଥିଲେ କାରଣ ସେ ଜଣେ ଶିଶୁ ରୋଗ ଡାକ୍ତର।

୨୩ ବର୍ଷୀୟ ଡାକ୍ତର ରୋହନ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ସମ୍ ହସ୍ପିଟାଲରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି ବୋଲି ଶୋ’ରେ କହିଥିଲେ। ବିଶେଷ କରି ପିଲାମାନଙ୍କୁ ସେ କୁମାର ସାନୁଙ୍କ ଗୀତ ଶୁଣାଇଥାନ୍ତି । ଜଣେ ଡାକ୍ତରଙ୍କ ଏଭଳି ସଂଗୀତ ପ୍ରେମ ଦେଖି ଖୋଦ ବଲିଉଡ ସିଙ୍ଗର ତଥା ଇଣ୍ଡିଆନ ଆଇଡଲର ଜଜ୍ ସାନୁ ମଧ୍ୟ ପ୍ରଶଂସା କରିଥିଲେ । ଏପରିକି ରୋହୋନଙ୍କ ଅନୁରୋଧ କ୍ରମେ ଭିଡିଓ କଲ୍ କରି ମେଡିକାଲ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା କୁନିକୁନି ପିଲାଙ୍କ ସହିତ କଥା ହୋଇ ସେମାନଙ୍କ ମନ ପସନ୍ଦର ଗୀତ ଗାଇ ଶୁଣାଇଛନ୍ତି କୁମାର ସାନୁ ।

ଡାକ୍ତର ରୋହନ ବିଶ୍ୱାଳ କହିଛନ୍ତି, ମୋ ସେବା ଓ ନିଶା ଦୁଇଟି ପରସ୍ପର ପାଇଁ ପରିପୂରକ । ଗୀତ ମତେ ପ୍ରେରଣ ଦିଏ । ମ୍ୟୁଜିକ ଥେରାପି ଅନେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିଥାଏ । ଯେତେବେଳେ ମୁଁ ଛୋଟ ପିଲାମାନଙ୍କୁ ଇଞ୍ଜେକ୍ସନ୍ ବା ସାଲାଇନ୍ ବା ଗ୍ଲୁକୋଜ ଦେବା ପାଇଁ ଛୁଞ୍ଚି ଫୋଡେ ସେତେବେଳେ ମୁଁ ପିଲାମାନଙ୍କ ଆଖିରେ ଭୟ ଏବଂ ଯବଣା ଅନୁଭବ କରିଥାଏ । ତେଣୁ ସେମାନଙ୍କ ଚିକିତ୍ସା ପୂର୍ବରୁ ମୁଛ ଗୀତ ଗାଏ ଯାହା ଫଳରେ ସେମାନଙ୍କର ଯନ୍ତ୍ରଣା ହ୍ରାସ ହେବା ସହ ଭୟ ଦୂର ହୋଇଥାଏ ବୋଲି କହିଛନ୍ତି ରୋହନ।

 

 

 

 

 

 

Comments are closed.