ଭୁବନେଶ୍ୱର: ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ ଏକପାଖିଆ କହିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଧର୍ମଘଟ କରିବା ଅପେକ୍ଷା ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି। ତେବେ ବନ୍ଦ ପାଳନ ବେଳେ ସରକାରୀ ବସ୍ ଯେଭଲି ଚାଲିବା କଥା ଚାଲିବ ଏବଂ ଲକ୍ଷ୍ମୀ ଯୋଜନାରେ ଚାଲୁଥିବା ବସ ମଧ୍ୟ ନିର୍ଦ୍ଦାରିତ ସମୟନୁସାରେ ସେବା ଯୋଗାଇ ଦେବ ବୋଲି କହିଛନ୍ତି ଟୁକୁନି ସାହୁ।
ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ କାମର ଏକ ଅଂଶବିଶେଷ। ଏହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଆସନ୍ତା 26ରେ ପୁଣିଥରେ ଆଲୋଚନା ପାଇଁ ଡାକରା ଦେଇଛୁ ବୋଲି ସେ କହିଛନ୍ତି। ଆଲୋଚନା ମାଧ୍ୟମରେ ହିଁ ସମାଧାନର ରାସ୍ତା ନିଶ୍ଚୟ ବାହାରିବ ବୋଲି ସେ କହିଛନ୍ତି।
ଏହାର ଜବାବରେ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମେ ସବୁବେଳେ ସରକାରଙ୍କ ଦାବି ଶୁଣୁଛି। 6 ମାସ ହେଲାଣି ବୈଠକ ଚାଲିଛି। ହେଲେ ମନ୍ତ୍ରୀ କୌଣସି ବୈଠକରେ ଉପସ୍ଥିତ ନ ଥିଲେ। କେବଳ ପରିବହନ ସଚିବ ଆମ ସହ ଆଲୋଚନା କରିଛନ୍ତି। ଯେଉଁ ଆଲୋଚନା ହୋଇଛି ତାକୁ ସରକାର ଚିଠି ଆକରରେ ଏକ ଲିଖିତ ଭାବେ ଜଣାନ୍ତୁ ଧର୍ମଘଟ ପ୍ରତ୍ୟାହାର ହୋଇଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ସ୍ତରରୁ ରାଜଧାନୀ ଓ ଜିଲ୍ଲା ସ୍ତରକୁ ସରକାରୀ ବସ୍ ଯୋଗାଇ ଦେବାକୁ ଯାଇ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି।
Comments are closed.