Latest Odisha News

BREAKING NEWS

ଦୁର୍ଗାପୂଜା ପେଣ୍ଡାଲରେ ଝୁଣ୍ଟିପଡ଼ିଲେ କାଜୋଲ, ଧରିନେଲେ ପୁଅ

ମୁମ୍ବାଇ : ଦୁର୍ଗା ପୂଜା ନେଇ ବିଭିନ୍ନ ଅଞ୍ଚଳ ଉତ୍ସବମୁଖର । ବିଭିନ୍ନ ପୂଜା ମଣ୍ଡପରେ ବହୁ ସେଲିବ୍ରିଟି ନଜର ଆସୁଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଏକ ଗୋଲାପୀ ରଙ୍ଗର ଶାଢି ସହ ଏକ ସ୍ଲିଭଲେସ ବ୍ଲାଉଜ ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ହଠାତ ତାଙ୍କ ସହ ଏକ ଅଘଟଣ ଘଟିଥିଲା । ପେଣ୍ଡାଲ ମଞ୍ଚରେ ହଠାତ୍ ଝୁଣ୍ଟି ଖସିପଡିଲେ । ମାତ୍ର ତାଙ୍କ ପୁଅ ୟୁଗ ତାଙ୍କ ହାତ ଧରି ପକାଇଥିଲେ । ଫଳରେ ସେ ନିଜକୁ ସମ୍ଭାଳି ନେଇଥିଲେ । ସେ ସାମାନ୍ୟ ଆହତ ହୋଇଛନ୍ତିି । ଏହି ସମୟର ଫଟୋ ଓ ଭିଡ଼ିଓଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ କାଜୋଲ ମଞ୍ଚରୁ ଖସିପଡିଥିବାର ଦେଖିବାକୁ ମିଳୁଛି ।
କାଜୋଲ ଝୁଣ୍ଟିିବା ମାତ୍ରେ ତାଙ୍କ ହାତରୁ ଫୋନ ଖସି ଯାଇଥିଲା । ତେବେ ତାଙ୍କ ପୁଅ ୟୁଗ ତାଙ୍କୁ ଧରିବା ସହ ନଇଁପଡି ଫୋନ ଉଠାଇଥିବାର ଦେଖିବାକୁ ମିଳୁଛି । ତାଙ୍କ ପାଖରେ ଠିଆ ହୋଇଥିବା ଭଉଣୀ ତନିଶା ମୁଖାର୍ଜୀ ତାଙ୍କୁ ଧରି ନେଉଛନ୍ତି । ଦୁର୍ଗା ପୂଜା ଉତ୍ସବରେ ରାନୀ ମୁଖାର୍ଜୀ, ହେମା ମାଳିନୀ ଏବଂ ତାଙ୍କ ଝିଅ ଇଶା ଦେଓଲ ଏବଂ କିଆରା ଆଡଭାନୀ ମଧ୍ୟ ଯୋଗ ଦେଇଥିଲେ । ଦର୍ଶନ ପାଇଁ ରାନୀ ଗୋଲଡେନ ବ୍ଲାଉଜ ସହିତ ଆଇଭରି ଶାଢିରେ ବହୁତ ସୁନ୍ଦର ଦେଖାଯାଉଥିଲେ । କିଆରା ଆଡଭାନୀ ଦୁର୍ଗା ପୂଜା ପାଇଁ ହାଲୁକା ସବୁଜ ରଙ୍ଗର ସୁଟ ପିନ୍ଧିଥିଲେ ।

Comments are closed.