Latest Odisha News

ପ୍ରଥମ କରି ପୂଜା ଆରମ୍ଭ କଲା କଳିଙ୍ଗ ଦୁର୍ଗା ପୂଜା କମିଟି, ଛୁଟୁଛି ଭକ୍ତଙ୍କ ସୁଅ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ତେବେ ରାଜଧାନୀ ଭୁବନେଶ୍ବରର ପ୍ରାୟ ସବୁ ସ୍ଥାନରେ ଦେବୀ ମା’ଙ୍କ ଆରଧାନା ଚାଲିଥିବାବେଳେ, ଏହି ପ୍ରରିପେକ୍ଷୀରେ କିସ ରୋଡ କଳିଙ୍ଗ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରଥମ କରି ପୂଜା ଆରମ୍ଭ ହୋଇଛି । ପ୍ରଥମବର୍ଷ ମା’ଙ୍କ ପୂଜା ପାଇଁ କିସ ରୋଡରେ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆକର୍ଷଣୀୟ ସୁ-ଉଚ୍ଚ ତୋରଣ ସାଙ୍ଗକୁ ଦେବୀ ମା’ଙ୍କର ମନୋଲୋଭା ଦୃଶ୍ୟ ଦେଖିବାକୁ ଆଖପାଖ ଅଞ୍ଚଳ ସହ ସହରର ବିଭିନ୍ନ ସ୍ଥାନରୁ ଛୁଟି ଆସୁଛନ୍ତି ଭକ୍ତ । ଏହାସହ ବସିଥିବା ମୀନାବଜାର ଓ ଦୋଳି ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଆଜି ମଣ୍ଡପରେ ଅଷ୍ଟମୀ ପୂଜା କରାଯାଉଥିବାବେଳେ, ପୂଜା କମିଟି ପକ୍ଷରୁ ୪ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିବା ପୂଜା କମିଟି ପକ୍ଷରୁ ସୂଚନା ରହିଛି । ଚଳିତବର୍ଷ ପ୍ରଥମ କରି ମା’ଙ୍କ ପୂଜା ଆରମ୍ଭ ହାଇଥିବାରୁ ଏହାକୁ ଅତି ଧୁମଧାମ୍ ସହକରାରେ ପାଳନ କରାଯାଉଛି ଏବଂ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ର ଆୟୋଜନ ହେଉଥିବା କହିଛି କଳିଙ୍ଗ ଦୁର୍ଗା ପୂଜା କମିଟି ।

ତେବେ ଦଶମୀ ଦିନ ରାବଣ ପୋଡି ଅନୁଷ୍ଠିତ ହେବାକୁ ଥିବାବେଳେ, ଭସାଣି ଉତ୍ସବ ସମ୍ପୂର୍ଣ୍ଣ ଓଡିଆ ପାରପମ୍ପିକ ଭାବେ କରାଯିବ । ଆଖପାଖ ଅଞ୍ଚଳରେ ରାବଣ ପୋଡି କରାଯାଉନଥିବାବେଳେ, ଏହାକୁ ଦେଖିବାକୁ ସନ୍ଧ୍ୟାରେ ଲକ୍ଷ୍ୟାଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା ରଖିଥିବା କହିଛନ୍ତି କଳିଙ୍ଗ ଦୁର୍ଗା ପୂଜା କମିଟିର ସଭାପତି ତପନ ଚକ୍ରବର୍ତ୍ତୀ ।

Comments are closed.