Latest Odisha News

BREAKING NEWS

ପ୍ରତିଦିନ ରାତି ହେଲେ ମନ୍ଦିରରେ ବୁଲନ୍ତି ମାଆ କାଳୀ, ଶୁଣାଯାଏ ଘୁଙ୍ଗୁରର ଶଦ୍ଦ…

ମେରଠ : ଭାରତ ଏକ ଧର୍ମପରାୟଣ ଦେଶ  । ଏଠାରେ ଅନେକ ଛୋଟବଡ ମନ୍ଦିର ରହିଛି  । ଲୋକଙ୍କର ଭଗବାନଙ୍କ ଉପରେ ଆସ୍ଥା ମଧ୍ୟ ସେତିକି ରହିଛି । ତେବେ ଆସନ୍ତୁ ଜାଣିବା ମେରଠରେ ଥିବା କାଳୀ ମନ୍ଦିର ସମ୍ପର୍କରେ  । ବିଶ୍ବାସ ରହିଛି ଏଠାରୁ କେହି କେବେ ଖାଲି ହାତରେ ଫେରିନାହିଁ । ସବୁ ପରିସ୍ଥିତିରେ ମାଆ ଭକ୍ତ ମାନଙ୍କୁ ସାହା ହୁଅନ୍ତି  । ଏବଂ ମନସ୍କାମନା ପୂର୍ଣ୍ଣ କରନ୍ତି । ମାଆଙ୍କ ଉପରେ ଭକ୍ତ ମାନଙ୍କର ରହିଛି ପ୍ରଗାଢ ବିଶ୍ବାସ । ନବରାତ୍ରୀ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତମାନେ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସନ୍ତି।

ମନ୍ଦିର ପୂଜାରୀଙ୍କ କହିବାନୁଯାୟୀ ଯାଇ ତାଙ୍କ ପୂର୍ବପୁରୁଷମାନେ ଏହି ସ୍ଥାନରେ ତପସ୍ୟା କରିବା ସମୟରେ ମାତା କାଳୀ ତାଙ୍କୁ ଦେଖାଦେଇଥିଲେ । ସେହି ଦିନ ଠାରୁ ସେଠାରେ ମାଆଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା । କେବଳ ଏତିକି ନୁହେଁ ସେ କହିଛନ୍ତି ସେହି ସ୍ଥାନରେ ମାଆ ରୁହନ୍ତି ଏବଂ  ପ୍ରତିଦିନ ରାତି ୨ଟା ପରେ ମାଆ ମନ୍ଦିର ପରିସରରେ ବୁଲନ୍ତି  । ଅନେକ ମାଆଙ୍କର ଘୁଙ୍ଗୁରର ଶଦ୍ଦ ମଧ୍ୟ ଶୁଣିଥିବା କୁହାଯାଉଛି । ମେରଠରେ ଥିବା ଏହି ମନ୍ଦିର ପ୍ରାୟ ୬୫୦ ବର୍ଷ ପୁରୁଣାର  । ପୂର୍ବରୁ ଏହି ସ୍ଥାନ ଏକ ସ୍ମଶାନ ଥିଲା । ଲୋକମାନେ ଏଠାକୁ ଆସିବାକୁ ଭୟ କରୁଥିଲେ । କିନ୍ତୁ ଯେତେବେଳେ ଏଠାରେ ମାଆ କାଳୀଙ୍କର ମନ୍ଦିର ସ୍ଥାପନା ହେଲା  । ଧୀରେ ଧୀରେ ଲୋକମାନେ ଏଠାକୁ ଆସିବା ଆରମ୍ଭ କଲେ ।

Comments are closed.