ନୂଆଦିଲ୍ଲୀ : ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ନିତେଶ କୁମାରଙ୍କ ହରାଇ ସେ ସ୍ବର୍ଣ୍ଣ ଜିତିଛନ୍ତି । ପ୍ରମୋଦ ଫାଇନାଲରେ ୨୨-୨୦, ୧୮-୨୧ , ୨୧-୧୯ରେ ଜିତିଛନ୍ତି । ୨୦୧୦ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା । ୨୦୧୪ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ । କିନ୍ତୁ କେବଳ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ ପାରା ଏସୀୟ କ୍ରୀଡାରେ କିନ୍ତୁ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ୨୦୨୨ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗ ନେଇଛନ୍ତି । ଏବଂ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳରେ କାଂସ୍ୟ ଓ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ।
ସେହିପରି ତୀରନ୍ଦାଜୀରେ ଶୀତଳ ଦେବୀ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି । ସେ ସିଙ୍ଗାପୁରର ଅଲିମ୍ ନୁର ସ୍ୟାହିଦହଙ୍କୁ ପରାସ୍ତ କରିଛନ୍ତି । ଏସିଆନ୍ ପାରା ଗେମ୍ସରେ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୮୨ରେ ପହଞ୍ଚିଛି । ଏଥିରେ ୧୮ଟି ଗୋଲ୍ଡ ମେଡାଲ ରହିଥିବାବେଳେ ୨୩ଟି ରୌପ୍ୟ ଓ ୪୧ଟି କାଂସ୍ୟ ପଦକ ରହିଛି । ଚୀନ୍ କ୍ରୀଡାର ପ୍ରଥମ ସ୍ଥାନରେ ରହିଛି ।
Comments are closed.