ଭୁବନେଶ୍ୱର : ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଏକ ବର୍ଣ୍ଣାଢ୍ୟ ପରିିବଶରେ ଉଦ୍ଘାଟିତ ହୋଇଯାଇଅଛି । ଏହି ସମ୍ମାନ ପ୍ରଦାନ ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବ । ପ୍ରାରମ୍ଭରେ ସମ୍ମାନିତ ଅତିଥିଙ୍କ ଦ୍ୱାରା କିମ୍ବଦନ୍ତି ଚିତ୍ରଶିଳ୍ପୀ, ପଥରଶିଳ୍ପୀ ଓ ବ୍ୟଙ୍ଗାତ୍ମକ ଚିତ୍ରଶିଳ୍ପୀ ଯତିନ ଦାସଙ୍କୁ ଆଜୀବନ ଚିତ୍ରକଳା ସାଧନା ନିମେନ୍ତ ଗୁରୁ ଦେବପ୍ରସାଦ ଲାଇଫଟାଇମ ଆଚିଭେମଣ୍ଟ ଆୱାଡ ଼୨୦୨୩ ପ୍ରଦାନ କରାଯାଇଥିଲା । ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ,ଯାହା ଦର୍ଶକଙ୍କ ମନ ମୋହିଥିଲା । ସେମାନଙ୍କର ପ୍ରସ୍ତୁତିରେ ଥିଲା ରାମ କଥାମୃତମ । ତୁଳସୀ ଦାସଙ୍କ ରାମ ଚରିତ ମାନସରୁ ଉଦ୍ଧୃତ ଏହି ରାମ କଥାମୃତମଟିକୁ ତିନିଗୋଟି ପର୍ଯ୍ୟାୟରେ ପରିବେଷିତ ହୋଇଥିଲା । ପ୍ରଥମେ ମଙ୍ଗଳାଚରଣ ଶ୍ରୀ ରାମଧ୍ୟାନ ଯାହା ରାଗ ଅଭିରୀ ଏବଂ ମଧ୍ୟମାଦୀ ଉପରେ ନିବଦ୍ଧ ଥିଲା । ପରେ ପରେ ଶୁଦ୍ଧନୃତ୍ୟ ସ୍ଥାୟୀ ଯାହା ରାଗ ମଧୁକୀରୀ ଉପରେ ପର୍ଯ୍ୟବେଷିତ ଥିଲା । ଶେଷରେ ନୃତ୍ୟାଭିନୟ ସୀତା ସ୍ୱୟମ୍ବର ଯାହା ରାଗ ଘନେକଶୀ ଉପରେ ନିବଦ୍ଧ ଥିଲା । ଏହି ରାମ କଥାମୃତମ ନୃତ୍ୟଟିର ସଙ୍ଗୀତ ସଂଯୋଜନା କରିଥେôଲ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ବାଦ୍ୟ ସଂଯୋଜନା କରିଥେôଲ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ଶବ୍ଦ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ।
ସନ୍ଧ୍ୟାର ଦ୍ୱିତୀୟ ଉପସ୍ଥାପନା ଥିଲା ତିନିଜଣ ଶାସ୍ତ୍ରୀୟ ବାଦ୍ୟ ବିଷାରଦଙ୍କ ଦ୍ୱାରା ବାଦ୍ୟଯନ୍ତ୍ର ପରିବେଷଣ । ତରୁଣ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ସନ୍ତୁର ବାଦନ, ରନୁ ମଜୁମଦାରଙ୍କ ଦ୍ୱାରା ବଂଶୀ ବାଦନ ଓ ପ୍ରଶ୍ନଜିତ୍ ପୋଦାରଙ୍କ ଦ୍ୱାରା ତବଲାବାଦନ । ବିଭିନ୍ନ ରାଗ ଓ ତାଳ ସମଷ୍ଟିରେ ସନ୍ତୁର, ବଂଶୀ ଓ ତବଲା ବାଦନ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକମାନଙ୍କର ମନ ମୋହିବା ସହିତ କରତାଳି ସାଉଣ୍ଟିବାରେ ସେମାନେ ସକ୍ଷମ ହୋଇଥିଲେ । ଉଦ୍ଘାଟନୀ ଉତ୍ସବର ଅତିଥିମାନେ ଥେôଲ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବିଶିଷ୍ଟ ଚିତ୍ରକାର ଯତିନ ଦାସ; ବିଶିଷ୍ଟ ମୃଦଙ୍ଗମ ବାଦକ ୟାଲ୍ଲା ଭେଙ୍କେଟଶ୍ୱର ରାଓ, ଭାରତୀୟ ଅଧ୍ୟାପକ ଓ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ; ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ଶ୍ରୀଯୁକ୍ତ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା । କାର୍ର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।
BREAKING NEWS
- ଫେବୃଆରୀ ୧୨ ତାରିଖରେ ଧର୍ମଘଟ ଡାକରା ଦେଇଛି ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ
- Heatwave Alert: ମୁଣ୍ଡ ଫଟା ଖରାରେ ଆଉଟୁ ପାଉଟୁ ହେବ ଦେଶ! AL Nina ନେଇ ଜାରି ହେଲା ଆଲର୍ଟ…ଏହି ବର୍ଷ ରେକର୍ଡ ଭାଙ୍ଗିବ କି ଗରମ?
- US Cuts Bangladesh Tariffs: ନିର୍ବାଚନ ପୂର୍ବରୁ ୟୁନୁସଙ୍କ ପାଇଁ ବଡ଼ ଆଶ୍ୱସ୍ତି, ବାଂଲାଦେଶ ଉପରେ ଶୁଳ୍କକୁ ୧୯%କୁ ହ୍ରାସ କଲା ଆମେରିକା…
- ଡିଜିଟାଲ ଆରେଷ୍ଟ ରୋକିବାକୁ ସାରା ଭାରତରେ ଏସଓପି ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- IND vs PAK: ପୁଣି ମୁଣ୍ଡ ନୁଆଁଇଲେ ଶାହବାଜ ସରକାର, ଭାରତ ସାଙ୍ଗରେ ଖେଳିବ ପାକିସ୍ତାନ ଟିମ୍…ସରକାର ବଖାଣିଲେ କାରଣ…
- ରାହୁଲ ଗାନ୍ଧୀଙ୍କ ହାତରେ କିପରି ଲାଗିଲା ନରୱଣେଙ୍କ ଅପ୍ରକାଶିତ ପୁସ୍ତକ “ଫୋର ଷ୍ଟାର୍ସ ଅଫ୍ ଡେଷ୍ଟିନି?
- ଓମ୍ ବିର୍ଲାଙ୍କୁ ବିଜେପି ମହିଳା ସାଂସଦମାନଙ୍କ ଚିଠି: ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ ଅଭିଯୋଗ
- କଟକରେ ଆଉ ରହିବନି ଟ୍ରାଫିକ୍ ସମସ୍ୟା: ନିର୍ମାଣ ହେବ ଆଉଟର ରିଙ୍ଗ୍ରୋଡ୍
- ମାଟ୍ରିକ୍ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି: ଆଜିଠୁ ନୋଡାଲ୍ ସେଣ୍ଟର ଯିବ ପ୍ରଶ୍ନପତ୍ର
Comments are closed.