ନୂଆଦିଲ୍ଲୀ: ଜେଲ ଏମିତି ଏକ ସ୍ଥାନ ଯେଉଁଠି ସୋସାଇଟି ଆପଣଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ ସେଠାରେ ହିଁ ରହିବାକୁ ପଡ଼ିଥାଏ । ମୁଁ ଜେଲରେ ରହିବା ସମୟରେ ସେଠାରେ ମୋର ବିଭିନ୍ନ ପ୍ରକାର କଏଦୀଙ୍କ ସହିତ ଭେଟ ହୋଇଥିଲା । ମୋ ଭଳି ସେଠାରେ ଏମିତି ଅନେକ ମହିଳା କଏଦୀ ଥିଲେ ଯେଉଁମାନେ ବିନା ଦୋଷରେ ବି ଜେଲଦଣ୍ଡ ଭୋଗୁଥିଲେ । ମୋତେ ବେଲ୍ ମିଳିବା ପରେ ମୁଁ ଜେଲ ଚଟାଣରେ ନାଗିନ୍ ଡ଼୍ୟାନ୍ସ କରିଥିଲି । ଏପରି କିଛି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଜେଲର ଅନୁଭବ କିପରି ଥିଲା ସେନେଇ ନିକଟରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ରିୟା ।
ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଅଭିନେତାଙ୍କ ପ୍ରେମିକା କୁହାଯାଉଥିବା ଅଭିନେତ୍ରୀ ରିୟା ଚକତ୍ତ୍?ୀର୍ଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ କେନ୍ଦ୍ର କରି ପୋଲିସ ରିୟାଙ୍କୁ ଗିରଫ କରି ଜେଲ ଦଣ୍ଡ ବି ଦେଇଥିଲା । ନିକଟରେ ରିୟା ଜୀବନର ସବୁଠାରୁ କଷ୍ଟ ଓ ଯନ୍ତ୍ରଣାଦାୟକ ମୁହୂର୍ତ୍ତର ଅନୁଭବ କିପରି ଥିଲା ତାହାକୁ ସେ ଲୋକଙ୍କ ସହିତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ରିୟା ଜେଲରୁ ବାହାରକୁ ଆସିବା ପରେ ଏକ ସାକ୍ଷାତକାରରେ ସେ କଷ୍ଟ ଓ ଯନ୍ତ୍ରଣାଦାୟକ ମୁହୂର୍ତ୍ତକୁ ମନେ ପକାଇ କହିଥିଲେ । ସେ କହିଥିଲେ ଯେ, ଜେଲରେ ଅନେକ ମହିଳା କଏଦୀଙ୍କ ସହିତ ମୋତେ ମିଶିକି ରହିବାକୁ ପଡ଼ିଲା । ଧୀରେଧୀରେ ସେହି କଏଦୀମାନଙ୍କ ସହ ମୋର ବନ୍ଧୁତା ବି ହୋଇଯାଇଥିଲା । କିନ୍ତୁ କେବେ କେବେ ସେମାନଙ୍କ ଭାଷା ମୋତେ ଭଲ ଲାଗି ନ ଥାଏ । ମଜାକଥା ହେଉଛି କଏଦୀଙ୍କ ସହିତ ବନ୍ଧୁତା ହେବାପରେ ମୁଁ ସେମାନଙ୍କୁ କହିଥିଲି ମୋତେ ବେଲ ମିଳିଗଲେ ମୁଁ ନାଗୀନ ଡ୍ୟାନ୍ସ କରିବି । ବେଲ ମିଳିବା ପରେ ଦେଇଥିବା କଥା ରଖି ଜେଲ ଚଟାଣରେ କଏଦୀମାନଙ୍କ ସହ ମିଶି ନାଗୀନ ଡ୍ୟାନ୍ସ କରିଥିଲି ।’
Comments are closed.