ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ଏହି ଫିଲ୍ମରେ ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଉଛି । ରାଜକୁମାର ସନ୍ତୋଷୀଙ୍କ ଲାହୋର ୧୯୪୭ ଫିଲ୍ମର ଶୁଟିଂ ଶେଷ ହେବା ପରେ ସନୀ ଆବାସ ମସ୍ତାନଙ୍କ ଫିଲ୍ମରେ ଅଭିନୟ କରିବେ । ଏହା ଏକ ଆକ୍ସନ ଥ୍ରୀଲର ହେବ ବୋଲି ଜଣାପଡିଛି । ସବୁ କିଛି ଠିକ ଠାକ ରହିଲେ ଫିଲ୍ମ ୨୦୨୪ ମାର୍ଚ୍ଚରେ ଫ୍ଲୋରକୁ ଯାଇପାରେ । ବିଶାଳ ରାଣା ଏହାକୁ ପ୍ରଯୋଜକ ରହିବେ । ଫିଲ୍ମରେ ସନୀଙ୍କ ସହ ୪ ଅଭିଜ୍ଞ କଳାକାର ନିଆଯିବ । ଏହି କଳାକାରଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇନି । ସୂଚନାଯୋଗ୍ୟ, ଆବାସ ମସ୍ତାନ ଥ୍ରୀଲର ଫିଲ୍ମ କରିବାରେ ସିଦ୍ଧହସ୍ତ ।
ସେ ଅଜନବୀ, ହମରାଜ, ପ୍ଲେୟାର୍ସ ଓ ରେସ ୩ ପରି ଫିଲ୍ମ କରିଛନ୍ତି । ବର୍ତମାନ ସୁଦ୍ଧା ଅବଶ୍ୟ ସନୀ କିମ୍ବା ଆବାସଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ ହୋଇନି । ଗଦର ୨ ପରେ ଅନେକ ଫିଲ୍ମର ଅଫର ଆସୁଥିଲେ ମଧ୍ୟ ସନୀ ଭାବିଚିନ୍ତି ଫିଲ୍ମ ସାଇନ କରୁଛନ୍ତି । ଗଦର ୨ ପୂର୍ବରୁ ତାଙ୍କ ଷ୍ଟାରଡମ ଅନ୍ଧକାରକୁ ଚାଲି ଯାଇଥିଲା କହିଲେ ଭୁଲ ହେବନି । ସେ ଏହି ତ୍ରୁଟିର ପୁନରାବୃତି କରିବାକୁ ଚାହୁଁ ନାହାନ୍ତି ।
Comments are closed.