Latest Odisha News

BREAKING NEWS

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ମା’ ମୃତ, ବାପା ଓ ଝିଅ ଗୁରୁତର

ରାୟଗଡା: ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଣେ ମୃତ, ଦୁଇ ଗୁରୁତର । ଏଭଳି ଦୁଃଖଦ ଘଟଣା ଘଟିଛି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀରେ । ମୃତକ ହେଲେ ୫୦ ବର୍ଷିୟ ମହିଳା ପ୍ରଭାତୀ ସିନାପାଲି ଅନ୍ୟ ଦୁଇ ଜଣ ହେଲେ ବାପା ସୂର୍ଯ୍ୟ ସିନାପାଲି ଏବଂ ତାଙ୍କ ୫ ବର୍ଷର ଝିଅ ଅନୁଶ୍ରୀ ଦେବନାଥ ।

ଖବରମୁତାବକ, ଆଜି ଅପରାହ୍ନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀରେ ସୂର୍ଯ୍ୟ ସିନାପାଲିଙ୍କ ଘରେ ସର୍ଟସର୍କିଟରୁ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ହିଁ ସ୍ତ୍ରୀ ପ୍ରଭାତୀ ସିନାପାଲିଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏଥିରେ ସୂର୍ଯ୍ୟ ସିନାପାଲି ଓ ତାଙ୍କତର ୫ ବର୍ଷର ଝିଅ ଅନୁଶ୍ରୀ ଦେବନାଥ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି ।

ଘଟଣାସ୍ଥଳରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ଓ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ପହଁଞ୍ଚି ଅନୁକମ୍ପା ମୂଳକ ୧୦ ହଜାର ଟଙ୍କା ଆହତ ସିନାପାଲିଙ୍କୁ ପ୍ରଦାନ କରିଛନ୍ତି । ଖୁବଶୀଘ୍ର ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସହ ଆଲୋଚନା କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Comments are closed.