ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯେଉଁ ଦ୍ବାରରେ କରାଘାତ
କରି ବଥାଏ ମୋର ହାତ
ସେଠାରୁ ଆସେଁ ଶୀଘ୍ର ଫେରି
ନୁହେଁ ସେଠାରେ ଦରକାରୀ
ପୁଣି ପହଂଚି ଅନ୍ୟ ଠାବେ
ଠିଆ ହୋଇ, ଟିକିଏ ଭାବେଁ
‘ଅଛ କି ? ‘ ବୋଲି ଛାଡ଼େଁ ଡାକ
ଉତ୍ତର ଦିଅଂତିନି ଲୋକ
ସହର ସାରା ବୁଲି ବୁଲି
କବାଟ ଦେବ କିଏ ଖୋଲି
ଭାବି ଚାଲିଲେ ଦୀର୍ଘ ପଥ
ହୁଏଁ ମୁଁ ବ୍ୟର୍ଥମନୋରଥ
ଜଣେ ବି ମିତ୍ର, ବଂଧୁ, ସଖା
ଦେଉନାହାଂତି ଏବେ ଦେଖା
ସଭିଏଁ ହେଲେ କାର୍ଯବ୍ୟସ୍ତ
ନଗର ହୋଇଛି ବନସ୍ତ
ରାସ୍ତା କଡ଼ରେ କୋଠାମାଳ
ରାସ୍ତା ଉପରେ ଲୋକ ଦଳ
କରୁଥିଲେ ହେଁ ଚଳାଚଳ
ସଖା ଖୋଜି ସାରୁଛିଁ ବେଳ
ଦିଶୁନାହାଂତି ଚିହ୍ନାମୁହଁ
ଆଖିରୁ ଉଛୁଳୁଛି ଲୁହ
ଏ ସ୍ଥିତି ଅତି ଭୟାବହ
ସୀମିତ ହେଲାଣି ଆଗ୍ରହ
ମୁଖରେ ଅଟକିଛି ହସ
ମନରେ ରହିଛି ସାହସ
ତେବେ ବି ହେଉଛିଁ ଉଦାସ
ଦିଶୁଛି ଧ୍ବସ୍ତ ଅବଶେଷ
ଏ ସବୁ ସହ ବସବାସ
କରି ବି ମିଳୁଛି ସଂତୋଷ
ଅମୃତ ସହ ଗୋଳା ବିଷ
ଆପେ ହୋଇଯାଇଛି ଧ୍ବଂସ
Comments are closed.